Advertisment

ଆସିଲେ ବର୍ଷା, ଏବେ ଅନୁଭବଙ୍କୁ ଅପେକ୍ଷା

ଭୁବନେଶ୍ୱର: ସେଲିବ୍ରିଟି ବିବାଦ ଆସି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି। ମହିଳା କମିଶନ ଅଫିସ୍‌ରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ନେଇ ବର୍ଷା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ହାଜର ପାଇଁ ନୋଟିସ ହୋଇଛି। ଆଜି ହାଜର ହେବାକୁ ୩ ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ। ଓଲିଉଡ୍ ଦମ୍ପତି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ଘରୋଇ ବିବାଦ ମାମଲାରେ ଆଜି ରାଜ୍ୟ ମହିଳା […]

ଆସିଲେ ବର୍ଷା, ଏବେ ଅନୁଭବଙ୍କୁ ଅପେକ୍ଷା

khabar-odisha-barsa-anubhav

Advertisment

ଭୁବନେଶ୍ୱର: ସେଲିବ୍ରିଟି ବିବାଦ ଆସି ମହିଳା କମିଶନଙ୍କ ନିକଟରେ ପହଞ୍ଚିଛି। ମହିଳା କମିଶନ ଅଫିସ୍‌ରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ ବିବାଦ ନେଇ ବର୍ଷା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ହାଜର ପାଇଁ ନୋଟିସ ହୋଇଛି। ଆଜି ହାଜର ହେବାକୁ ୩ ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ। ଓଲିଉଡ୍ ଦମ୍ପତି ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ଘରୋଇ ବିବାଦ ମାମଲାରେ ଆଜି ରାଜ୍ୟ ମହିଳା କମିଶନରେ ହାଜର ହେବେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

Advertisment

ଅନୁଭବଙ୍କ ସମେତ ତାଙ୍କ ବାପା ଓ ମାଆଙ୍କୁ ମଧ୍ୟ କମିଶନ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଅନୁଭବ ମହାନ୍ତିଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ଆଣିଥିବା ଅଭିଯୋଗ ଉପରେ ନିଜର ପକ୍ଷ ରଖିବାକୁ ପୂର୍ବରୁ ନୋଟିସ କରିଥିଲେ ରାଜ୍ୟ ମହିଳା କମିଶନ। ତେବେ ସମୟ ହୋଇଯାଇଥିଲେ ବି କମିଶନଙ୍କ ନିକଟରେ ହାଜର ହୋଇନାହାନ୍ତି ଅନୁଭବ।

https://twitter.com/otvkhabar/status/1343822918753472512?s=20

ପାରିବାରିକ କଳିକୁ ନେଇ ଦୀର୍ଘ ଦିନ ଧରି ବିବାଦରେ ଥିବା ଏଇ ସେଲିବ୍ରିଟି ଦମ୍ପତି ପରସ୍ପର ବିରୋଧରେ କଟକ ଏସଡିଜେଏମ୍ କୋର୍ଟଙ୍କ ଠାରୁ ଆରମ୍ଭ କରି ସୁପ୍ରିମ୍‌କୋର୍ଟ ଯାଏଁ ଏକାଧିକ ମାମଲା ଦାଏର କରିଛନ୍ତି। ନିକଟରେ ବର୍ଷା କାମରେ ବାହାରକୁ ଯାଇ ଫେରିବା ବେଳେ ତାଙ୍କ ସ୍ୱାମୀ ଅନୁଭବ ତାଙ୍କୁ ଘରକୁ ଆସିବାକୁ ଦେଇ ନଥିଲେ ବୋଲି ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ବର୍ଷା ଏଇ ଅଭିଯୋଗ ଆଧାରରେ ପୁରୀଘାଟ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Advertisment

ସେପଟେ ପତ୍ନୀ ବର୍ଷାଙ୍କ ନାଁରେ ବି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଭବ। ଦୁଇ ମାସ ତଳୁ ସୋସିଆଲ୍ ମିଡିଆରେ ଭାଇରାଲ ଏକ ଅଡିଓ କ୍ଲିପର ସତ୍ୟାସତ୍ୟ ଯାଞ୍ଚ ଲାଗି ପୋଲିସ ଡିଜିଙ୍କୁ ନିଜ ଲେଟର ପ୍ୟାଡ଼ରେ ଚିଠି ଲେଖି ଅନୁରୋଧ କରିଛନ୍ତି ସାଂସଦ। ଏହାରି ଭିତରେ ସାମନାକୁ ଆସିଥିଲା ଆଉ ଏକ ଟ୍ୱିଷ୍ଟ, ଯେତେବେଳେ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ବୟାନ ଫେସବୁକରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବନ୍ଧୁ ବୋଲି ପରିଚୟ ଦେଇଥିଲେ।

ଏଥିସହ ଜାଗୃତି ଲେଖିଥିଲେ ଯେ, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ କିନ୍ତୁ କିଛି ଦିନ ହେବ ତାଙ୍କୁ ବିବାଦ ଭିତରକୁ ଟଣାଯାଉଛି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଉଛି। ତାଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି। ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି ଜାଗ୍ରତି ଫେସବୁକରେ ଲେଖିଛନ୍ତି।

Advertisment

ପଢନ୍ତୁ :

ଅନୁଭବଙ୍କୁ ଡ଼କାଇଲେ ମହିଳା କମିଶନ୍

Anubhav Mohanty Barsa Anubhav Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ