Advertisment

କାଲିଠୁ ଟିକା ନେବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ; ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ସାହି ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ୍ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ […]

କାଲିଠୁ ଟିକା ନେବେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ; ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି

Corona-Tika

Advertisment

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କରାଯିବ । ତେବେ ଏହି ଗଣ ଟିକାକରଣରେ ଅଧିକ ବିପଦ ଥିବା ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏମାନେ ହେଲେ ସାହି ଦୋକାନୀ, ଆମିଷ ବ୍ୟବସାୟୀ, ଅଟୋ ଏବଂ ବସ୍ ଡ୍ରାଇଭର, ସ୍କୁଲ ଓ କଲେଜ୍ ଶିକ୍ଷକ-ଶିକ୍ଷୟିତ୍ରୀ, ସେଲୁନ୍ ଦୋକାନୀ ଏବଂ କର୍ମଚାରୀ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର, ଚର୍ଚ୍ଚ ଏବଂ ମସଜିଦ୍ ପୂଜକ ।

Advertisment

ଏହି ବର୍ଗର ବ୍ୟକ୍ତି ସୁପରସ୍ପ୍ରେଡର ହେବା ଆଶଙ୍କା ଥିବାରୁ ଏମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ସେହିପରି ବିଦ୍ୟୁତ, ଜଳ ଏବଂ ପରିବହନ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ନିଆଯାଇ ଟିକାକରଣରେ ସାମିଲ କରିବାକୁ ରାଜ୍ୟ ଷ୍ଟିଅରିଂ କମିଟି ନିଷ୍ପତ୍ତି ନେଇଛି। ଏପ୍ରିଲ ୧ ଓ ୨ ତାରିଖ ସରକାରୀ ଛୁଟି ଥିଲେ ମଧ୍ୟ ଏହି ଦିନରେ ଟିକାକରଣ କରାଯିବ। ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଚାଲିଛି। ଗତ କିଛି ଦିନ ହେବ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଏବେ ଦୈନିକ ୨୦୦ରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଗତକାଲି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୧୮ ପଜିଟିଭ। ସେଥିମଧ୍ୟରୁ ସର୍ବାଧିକ ୩୪ ଅଛନ୍ତି ବରଗଡ଼ ଜିଲ୍ଲାରୁ। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦କୁ ବୃଦ୍ଧି ପାଇଛି। ଯାହାକୁ ନେଇ ଚିନ୍ତା ବଢିଛି।

Advertisment

ରାଜ୍ୟର ବିଭିନ୍ନ ଘରୋଇ ଓ ସରକାରୀ ଇଞ୍ଜିନିୟରିଂ କଲେଜରୁ କରୋନା ରୋଗୀ ବାହାରିବା ପରେ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି। ବିଶେଷକରି କିଛି ଶିକ୍ଷାନୁଷ୍ଠାନରୁ ପଜିଟିଭ୍ ଚିହ୍ନଟ ପରେ ଏବେ ଅନଲାଇନ୍ ପରୀକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଫଳରେ କାଲି ହେବାକୁ ଥିବା ସେମିଷ୍ଟର ପରୀକ୍ଷାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ସେପଟେ ଛତିଶଗଡ଼ ପଟୁ ସଂକ୍ରମଣ ବଢୁଥିବାରୁ ବସ୍ ଚଳାଚଳ ବନ୍ଦ କରିବାକୁ ସରକାର ଯୋଜନା କରୁଛନ୍ତି।

ଶିକ୍ଷାନୁଷ୍ଠାନରୁ ଅଧିକ କରୋନା ରୋଗୀ ବାହାରିବା ପରେ ତତ୍ପର ହୋଇ ଉଠିଛି ଭୁବନେଶ୍ୱର ମହାନଗର ନିଗମ।  ଶିକ୍ଷାନୁଷ୍ଠାନରୁ ଆକ୍ରାନ୍ତ ଚିହ୍ନଟ ପରେ ଟେଷ୍ଟିଂ ଓ ଟ୍ରାକିଂକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷା NITରୁ ସଂକ୍ରମିତ ଚିହ୍ନଟ ହେବା ପରେ ନେଗେଟିଭ ଚିହ୍ନଟ ପିଲାଙ୍କୁ ହଷ୍ଟେଲ ଛାଡ଼ି ଚାଲିଯିବାକୁ କହିଛନ୍ତି।

Advertisment

Corona Vaccination News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ