Advertisment

ନଗଡା, ବଣ୍ଡାଘାଟିରେ ପହଞ୍ଚିଲା କରୋନା କବଚ

ଯାଜପୁର/ମାଲକାନଗିରି(ଅଭୟ ପତି/ ଜିତେନ୍ଦ୍ର ବେଉରା): ଅପପୁଷ୍ଟିର ଅପଖ୍ୟାତି ଅର୍ଜନ କରିିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ପହଞ୍ଚିଲା କରୋନା କବଚ। ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଶେଷରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଭ୍ୟାକ୍ସିନ୍। …

ନଗଡା, ବଣ୍ଡାଘାଟିରେ ପହଞ୍ଚିଲା କରୋନା କବଚ

nagada-1

Advertisment

ଯାଜପୁର/ମାଲକାନଗିରି(ଅଭୟ ପତି/ ଜିତେନ୍ଦ୍ର ବେଉରା): ଅପପୁଷ୍ଟିର ଅପଖ୍ୟାତି ଅର୍ଜନ କରିିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ପହଞ୍ଚିଲା କରୋନା କବଚ। ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଶେଷରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଭ୍ୟାକ୍ସିନ୍।  ନଗଡ଼ା ଅଞ୍ଚଳର ହଜାରେରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଭିଯାନ।

Advertisment

ସେହିପରି ଅନ୍ୟ ଏକ ଅପହଞ୍ଚ ଇଲାକା ମାଲକାନଗିରିର ବଣ୍ଡାଘାଟି ଏବେ ଚିନ୍ତା ବଢ଼ାଉଛି। କାରଣ ପ୍ରଥମ ଲହରରେ ଯେଉଁ ଆଦିମ ଜନଜାତିଙ୍କୁ ଛୁଇଁପାରିନଥିଲା କରୋନା, ଦ୍ୱିତୀୟ ବେଳକୁ ଥରହର କରୁଛି। ଏହି ସଂକ୍ରମଣରେ ବ୍ରେକ କଷିବାକୁ ଟେଷ୍ଟିଂ, ଟ୍ରିଟମେଣ୍ଟ ଆଉ ଟିକାକୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ।

ନଗଡ଼ା ନେଉଛି କରୋନା ଟିକା।  ଯୁବଠୁ ବୟସ୍କ, ପୁରୁଷଠୁ ମହିଳା.. ଜଣଙ୍କ ପରେ ଜଣଙ୍କ ଦେହରେ ଲାଗୁଛି କୋଭିଡ୍ କବଚ। ଅପପୁଷ୍ଟିର ଅପଯଶ ଅର୍ଜନ କରିଥିବା ନଗଡ଼ାରେ ଅବଶ୍ୟ ଆଜି ଯାଏଁ ଛୁଇଁନି କରୋନା । ତେବେ ତଳ, ମଝି ଏବଂ ଉପର ନଗଡ଼ାବାସୀଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ। ନଗଡ଼ ଅଞ୍ଚଳର ୬ଟି ଗାଁର ହଜାରେରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଆଜି ପ୍ରଥମ ଦିନରେ କେବଳ ୧୭୬ ଜଣଙ୍କୁ ଦିଆଯାଇଛି।

Advertisment

ପ୍ରଥମେ ଭୟ ଆଉ ସଙ୍କୋଚ କରୁଥିଲେ ଲୋକେ। ପରବର୍ତ୍ତୀ ସମୟରେ ସ୍ୱତଃପ୍ରବୃତ୍ତ ଭାବେ ନଗଡ଼ାବାସୀ ଟିକା ନେଉଥିବା ଦେଖିବାକୁ ମିଳିଛି। ନଗଡ଼ାରେ କେବଳ ଟିକା ନୁହେଁ, ସାନିଟାଇଜର ସହ ସାନିଟାରି ନ୍ୟାପକିନ୍ ବଣ୍ଟନ କରାଯାଉଛି। ସ୍ୱେଛାସେବୀ ସଂସ୍ଥା ପକ୍ଷରୁ।

ଏପଟେ କରୋନାର ଦ୍ୱିତୀୟ ଲହରରେ ଥରୁଛି ମାଲକାନଗିରିର ବଣ୍ଡାଘାଟି।  ପ୍ରଥମ ଲହରବେଳେ ଏହି ଜନଜାତିଙ୍କୁ ଛୁଇଁପାରିନଥିଲା ମହାମାରୀ। ଦ୍ୱିତୀୟ ବେଳକୁ କିନ୍ତୁ ସଂକ୍ରମିତ ହେଲେଣି ୩୪ ଜଣ॥ ମେ’ ୧୫ରେ ପ୍ରଥମେ ୧୨ ଜଣ ପଜିଟିଭ ଥିଲେ। ଏବେ ସଂଖ୍ୟା ପହଞ୍ଚିଲାଣି ୩୪ରେ। ଅବଶ୍ୟ ୩୧ ଜଣ ସୁସ୍ଥ ହୋଇସାରିଛନ୍ତି, ୩ ସଂକ୍ରମିତ ହୋମ୍ ଆଇସୋଲେସନରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାରି ରହିଥିବା ସଂକ୍ରମଣରେ ବ୍ରେକ୍ କଷିବାକୁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଏବଂ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ତାସହ ସ୍ୱେଛାସେବୀ ଏବଂ ପ୍ରଶାସନ ପକ୍ଷରୁ ସଚେତନତା ସହ ମାସ୍କ ବଣ୍ଟନ ଜାରି ରହିଛି। ଇତିମଧ୍ୟରେ ୮ଶହ ଲୋକଙ୍କ କରୋନା ଟେଷ୍ଟିଂ ହେଲାଣି। ୯୦ ପ୍ରତିଶତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ଭ୍ୟାକ୍ସିନ୍। ଖୁବଶୀଘ୍ର ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ।

Advertisment

ବିକାଶଠୁ ଦୂରରେ ଥିବା ବଣ୍ଡାଘାଟି ହେଉ କି ଅପପୁଷ୍ଟିର ଅପଯଶ ଅର୍ଜନ କରିଥିବା ନଗଡ଼ା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ସହ ବ୍ୟାପକ ଜନସଚେତନତା ସୃଷ୍ଟି ନକଲେ କରୋନା କାଳରେ ଧନ୍ଧି ହୋଇଯିବେ ଏହି ନିରୀହ ଜନଜାତି।… ଯାଜପୁରର ଅଭୟ ପତି ଏବଂ ମାଲକାନଗିରିରୁ କ୍ୟାମେରାପର୍ସନ ବିକ୍ରମ ପାଢୀଙ୍କ ସହ ଜିତେନ୍ଦ୍ର ବେଉରା, ଓଟିଭି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ