Advertisment

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କଥା କେମିତି ହଠାତ୍‌ ଆରମ୍ଭ ହେଲା ? ରହସ୍ୟ ଖୋଲିଲେ ପାଣ୍ଡିଆନ

ଭୁବନେଶ୍ୱର : ବହୁଦିନ ପରେ ସମସ୍ତଙ୍କ ମନରେ ଥିବା ସନ୍ଦେହ ଓ ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ୍‌। କାହିଁକି ହଠାତ୍‌ ପୁରୀ ପ୍ରୋଜେକ୍ଟ ଆରମ୍ଭ ହେଲା ? ପୁରୀ ସୌନ୍ଦର୍ଯ୍ୟକରଣର କଥା କିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ ? ଏକଥା ଗୋଟି ଗୋଟି କରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ପୁରୀର ଏ ପରିବର୍ତ୍ତନ ପଛରେ କେହି ନଥିଲେ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଥିଲେ। ଆଉ ଏହା […]

author-image
Pradesh Pratyush
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କଥା କେମିତି ହଠାତ୍‌ ଆରମ୍ଭ ହେଲା ? ରହସ୍ୟ ଖୋଲିଲେ ପାଣ୍ଡିଆନ

naveen--pandian-vvv

ଭୁବନେଶ୍ୱର : ବହୁଦିନ ପରେ ସମସ୍ତଙ୍କ ମନରେ ଥିବା ସନ୍ଦେହ ଓ ପ୍ରଶ୍ନର ଉତ୍ତର ଦେଲେ ପାଣ୍ଡିଆନ୍‌। କାହିଁକି ହଠାତ୍‌ ପୁରୀ ପ୍ରୋଜେକ୍ଟ ଆରମ୍ଭ ହେଲା ? ପୁରୀ ସୌନ୍ଦର୍ଯ୍ୟକରଣର କଥା କିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ ? ଏକଥା ଗୋଟି ଗୋଟି କରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ।

Advertisment

ପୁରୀର ଏ ପରିବର୍ତ୍ତନ ପଛରେ କେହି ନଥିଲେ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଥିଲେ। ଆଉ ଏହା ପଛରେ ଥିଲା ନବୀନଙ୍କ ନିଭୃତ ହୃଦୟରେ ଜଗନ୍ନାଥଙ୍କ ପ୍ରତି ଥିବା ଅନ୍ତରର ପ୍ରଗାଢ଼ ଭକ୍ତିଭାବ । ଗତକାଲି ଲୋକସେବା ଭବନରେ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡରର ଚିଠା ଆର୍କିଟେକଚରାଲ ପ୍ଲାନକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ସମୟରେ ସେଠାରେ ଥିବା ବହୁ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କୁ ଶ୍ରୀ ପାଣ୍ଡିଆନ ଏହାର ବିସ୍ତୃତ କଥାବସ୍ତୁ ।

ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳକୁ ଐତିହ୍ୟ କରିଡ଼ର ନିମନ୍ତେ ପରିକଳ୍ପନା କରାଯିବା ପଛରେ କେବଳ ମୁଖ୍ୟମନ୍ତ୍ରୀଙ୍କର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଯୋଗୁ ସମ୍ଭବପର ହୋଇପାରିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି।

Advertisment

ପ୍ରତି ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯା’ନ୍ତି ।  ୨୦୧୬ ଜାନୁୟାରୀରେ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିଲେ । ଏହି ସମୟରେ ପାଣ୍ଡିଆନ୍‌ ତାଙ୍କ ସହ ଯାଇଥିଲେ। ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ସବୁ ହୋର୍ଡିଂ ଯେଉଁଠି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ଥାଏ, ସେସବୁକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ହାତ ଉଠାଇ ପ୍ରଣାମ କରୁଥାନ୍ତି। ଏହାକୁ ଲକ୍ଷ୍ୟ କରୁଥିଲେ ପାଣ୍ଡିଆନ୍‌ ।

ଏହାପରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ ଦର୍ଶନ କଲେ ,ସେତେବେଳେ ସେ ଏକ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାର ସୁଯୋଗ ପାଇଥିଲେ। ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ଼ ଭକ୍ତି ସମ୍ପର୍କରେ ସେ ସହଜରେ ଅନୁମେୟ କରିପାରିଥିଲେ। ସେହିଦିନ ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ କ’ଣ କରାଯାଇ ପାରିବ ଜାଣିବାକୁ ଚାହିଁଥିଲେ।

ସେବେଠୁ ହିଁ ପୁରୀ ସହରର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଭାବେ ପୁରୀ ଶ୍ରୀମନ୍ଦିର ପାଖରେ ଥିବା ଜେଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା। ଯଦିଓ ସେତେବେଳେ ଜେଲ୍ ସ୍ଥାନାନ୍ତରକୁ ତତ୍‌କାଳୀନ ଜେଲ୍ ଡିଜି ବିରୋଧ କରିଥିଲେ। କିନ୍ତୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଏହା ବିକାଶ ପ୍ରକ୍ରିୟାର ଅଂଶବିଶେଷ ଥିଲା। ମହାପ୍ରଭୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରଗାଢ଼ ଭକ୍ତିକୁ ଦେଖି ୨୦୧୬ରୁ ହିଁ ସରକାର ପୁରୀକୁ ଐତିହ୍ୟ କରିଡ଼ର କରିବା ନିମନ୍ତେ ନିଷ୍ପତ୍ତି ନେଇସାରିଥିଲେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

Advertisment
Advertisment