Advertisment

ବାୟୁରେ ବ୍ୟାପୁଛି କରୋନା: ସଠିକ୍‌ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି ଦେଇଛନ୍ତି ପରାମର୍ଶ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କରୋନା ମହାମାରୀ ଭୟଙ୍କର ଭାବରେ ବଢିବାରେ ଲାଗିଛି

author-image
Sarbeswar
ଅଦ୍ୟତନ ହୋଇଛି
ବାୟୁରେ ବ୍ୟାପୁଛି କରୋନା: ସଠିକ୍‌ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

mask-111

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି ଦେଇଛନ୍ତି ପରାମର୍ଶ। ବର୍ତ୍ତମାନ ସମୟରେ କରୋନା ମହାମାରୀ ଭୟଙ୍କର ଭାବରେ ବଢିବାରେ ଲାଗିଛି। ତେଣୁ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହାସହ ମାସ୍କକୁ ସଠିକ ଭାବେ ପିନ୍ଧିବାକୁ ଶ୍ରୀମତି ପାଣି  କହିଛନ୍ତି। କରୋନା ଏବେ ବାୟୁ ଜରିଆରେ ବ୍ୟାପୁଥିବାରୁ ସଠିକ ମାସ୍କ ପରିଧାନ ଜରୁରୀ।

Advertisment

ଏହାସହ ଏବେ ଆମ୍ଭେମାନେ ୩କପଡ଼ା, ସର୍ଜିକାଲ ଓ N95 ମାସ୍କ ବ୍ୟବହାର କରୁଛନ୍ତି। ଯଦି ଆପଣମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ତେବେ ତାହାକୁ ସଠିକ ଭାବେ ପିନ୍ଧନ୍ତୁ ଏବଂ ଠିକ ଭାବେ ସଫା କରନ୍ତୁ ବୋଲି ସେ କହିବା ସହ ସର୍ଜିକାଲ ମାସ୍କ ପିନ୍ଧୁଥିଲେ, ଥରେ ପିନ୍ଧନ୍ତୁ ଆଉ ପରେ ତାକୁ ଧୋଇ ପୁନଃ ପିନ୍ଧନ୍ତୁନି ବୋଲି ପ୍ରଫେସର ନିବେଦିତା କହିଛନ୍ତି। ମାସ୍କ ପିନ୍ଧିବା ପୂର୍ବରୁ ଓ ଓହ୍ଲାଇଲା ବେଳେ ହାତ ସାନିଟାଇଜ୍ କରନ୍ତୁ ଏହାସହ  ମାସ୍କ ଯେମିତି ମୁହଁ, ପାଟି, ନାକ ଘୋଡ଼ାଇ ରଖୁଥିବ ସେଥିଲାଗି ନିଶ୍ଚିତ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି। କରୋନାରୁ ରକ୍ଷା ପାଇବାକୁ ହେଲେ ଆମ ସମସ୍ତଙ୍କୁ ସଜାଗ ଓ ସଚେତନ ହେବା ସହ ମାସ୍କକୁ ଭଲ ଭାବରେ ପିନ୍ଧିବାର ଆବଶ୍ୟକତା ଥିବା ସେ କହିଛନ୍ତି।

ସେପଟେ, ଗତକାଲି ଶିଶୁ, କିଶୋର ଓ ଗର୍ଭବତୀଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି କରିଛି । କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛି ବିଭାଗ। ସୂଚନା ଅନୁସାରେ, ୨ରୁ ଅଧିକ ବର୍ଷର ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ପଦାକୁ ବାହାରିବା ପୂର୍ବରୁ ୨ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଶିଶୁଠାରେ ବି ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ ସହ ଆଇସୋଲେସନ ଓ ଚିକିତ୍ସା ପରାମର୍ଶ ନେବାକୁ ବି ନିର୍ଦ୍ଦେଶ ଜାରି ହୋଇଛି। କେବଳ ଏତିକି ନୁହେଁ ବରଂ ଝାଡ଼ା, ବାନ୍ତି, ପେଟ ବ୍ୟଥା, ଥଣ୍ଡା, କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ୨୦ ସେକେଣ୍ଡ ବଦଳରେ ୪୦ ସେକେଣ୍ଡ ଯାଏଁ ହାତ ଧୋଇବାକୁ ପରାମର୍ଶ ଜାରି ହୋଇଛି।

Advertisment

ତେବେ ଓଡ଼ିଶାରେ ପୁଣି କରୋନା ଗ୍ରାଫ୍‌ ଉପର ମୁହାଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୮୮୨ ଓ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment
Advertisment