hr
ଭୁବନେଶ୍ୱର : ‘ପିଏମ୍ କିଷାନ’ ଭଳି ଓଡ଼ିଶାରେ ଲାଗୁ ହେବ କି ‘ଆୟୁଷ୍ମାନ ଭାରତ’। ରାଜ୍ୟରେ ଯୋଜନା ଲାଗୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଦେଶରେ ୭୫ଟି ଆକାଂକ୍ଷିତ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ । ଏଥିରେ ଓଡ଼ିଶାରେ ୬ଟି ହସ୍ପିଟାଲ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟର ଅନ୍ୟ ୨ ଜିଲ୍ଲା ହସପିଟାଲକୁ ଏଥିରେ ସାମିଲ କରିବା ପାଇଁ ବିଚାରବିମର୍ଶ ଚାଲଥିବା ସେ କହିଛନ୍ତି। ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଏମ୍ସର ମୋଡୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପ୍ଲେକ୍ସ, କ୍ୟାଥ ଲ୍ୟାବ୍ ଉଦ୍ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।
ସେପଟେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ଆୟୁଷ୍ମାନ ଭାରତ’ ଭିନ୍ନ ଯୋଜନା । ଉଭୟର ମିଶ୍ରଣ ନେଇ ତର୍ଜମା ଚାଲିଥିବା ବିଜେଡି କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hr_1626688256.jpg)