Advertisment

ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ କଲା UGC; ଓଡ଼ିଶାର ଦୁଇ ବିଶ୍ୱବିଦ୍ୟାଳୟ ତାଲିକାଭୁକ୍ତ

ନୂଆଦିଲ୍ଲୀ: ୟୁନିଭର୍ସିଟିଟ ଗ୍ରାଣ୍ଟ କମିଶନ (UGC) ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGCର ତାଲିକାରେ ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ତାଲିକାଭୁକ୍ତ ଏହି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ମଧ୍ୟ ଦୁଇଟି ବିଶ୍ୱବିଦ୍ୟାଳୟ ନାହିଁ ରହିଛି। ସେହି ଦୁଇ ନକିଲ ବିଶ୍ୱବିଦ୍ୟାଳୟ ହେଲା ୧- ରାଉରକେଲାର ନବଭାରତ ଶିକ୍ଷାପରିଷଦ ବିଶ୍ୱବିଦ୍ୟାଳୟ ୨- ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ନକଲି ବିଶ୍ୱବିଦ୍ୟାଳୟ ନେଇ UGC ସଚିବ ରଜନିଶ ଜୈନ […]

ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ କଲା UGC; ଓଡ଼ିଶାର ଦୁଇ ବିଶ୍ୱବିଦ୍ୟାଳୟ ତାଲିକାଭୁକ୍ତ

ugc

Advertisment

ନୂଆଦିଲ୍ଲୀ: ୟୁନିଭର୍ସିଟିଟ ଗ୍ରାଣ୍ଟ କମିଶନ (UGC) ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। UGCର ତାଲିକାରେ ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ତାଲିକାଭୁକ୍ତ ଏହି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ମଧ୍ୟ ଦୁଇଟି ବିଶ୍ୱବିଦ୍ୟାଳୟ ନାହିଁ ରହିଛି।

Advertisment

ସେହି ଦୁଇ ନକିଲ ବିଶ୍ୱବିଦ୍ୟାଳୟ ହେଲା
୧- ରାଉରକେଲାର ନବଭାରତ ଶିକ୍ଷାପରିଷଦ ବିଶ୍ୱବିଦ୍ୟାଳୟ
୨- ବାରିପଦା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି

ନକଲି ବିଶ୍ୱବିଦ୍ୟାଳୟ ନେଇ UGC ସଚିବ ରଜନିଶ ଜୈନ ସୂଚନା ଦେଇ କହିଛନ୍ତି " ଛାତ୍ର ଏବଂ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ ବର୍ତ୍ତମାନ ୨୪ ଟି ନିଜସ୍ୱ-ଇଚ୍ଛାରେ ଚାଲୁଥିବା ଶିକ୍ଷାନୁଷ୍ଠାନ UGC ଅଧିନିୟମର ଉଲ୍ଲଂଘନ କରୁଛନ୍ତି। ଏଗୁଡ଼ିକୁ ନକଲି ବିଶ୍ୱବିଦ୍ୟାଳୟ ଭାବରେ ଘୋଷିତ କରାଯାଇଛି। ଏହି ଶିକ୍ଷା ସଂସ୍ଥାନଗୁଡ଼ିକ କୌଣସି ଡିଗ୍ରୀ ପ୍ରଦାନ କରିବାକୁ କ୍ଷମତା ଦିଆଯାଇ ନାହିଁ।"

Advertisment

UGCର ନକଲି ବିଶ୍ୱବିଦ୍ୟାଳୟ ତାଲିକାରେ ୟୁପିରୁ ସର୍ବାଧିକ ୮ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଦିଲ୍ଲୀରେ ୭ଟି ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏ ନକଲି କଲେଜ୍ ରହିଛି। ସେହିଭଳି କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର, ପୁଡ଼ୁଚେରୀ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଲେଖାଁ ନକଲି ବିଶ୍ୱବିଦ୍ୟାଳୟ ରହିଥିବା UGC କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ