Betrayal-Husband Photograph: (OTV)
ସ୍ୱାମୀ ହେଇଗଲେ ହୃଦୟହୀନ। ସାତ ଜନ୍ମକୁ କଥା ଦେଇଥିଲେ, ହେଲେ ରହିପାରିଲେ ନାହିଁ ସାତଟା ବର୍ଷ। ଭଲ ପାଇବା ବେଳେ ଦେଖାଇଥିଲେ ଅନେକ ସ୍ୱପ୍ନ ଆଉ ମଥା ସିନ୍ଦୁର ଦେଇ ଆଜୀବନ ରହିବାକୁ ଦେଇଥିଲେ କଥା। ହେଲେ ଗୋଟିଏ ଦୁର୍ଘଟଣାରେ ଚେହେରା ବଦଳିବାରୁ ବଦଳି ଗଲା ସ୍ୱାମୀଙ୍କ ଚରିତ୍ର ଆଉ ଚିନ୍ତାଧାରା। ଜୀବନର ଅଧା ରାସ୍ତାରେ ଛାଡିଦେଇ ସ୍ୱାମୀ ଭାଙ୍ଗିଦେଲେ ବାଟ। ଆଜି ନ୍ୟାୟର ଅପେକ୍ଷା ବସିଛନ୍ତି ପତ୍ନୀ।
ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଉଦଳାର ଖୁଣ୍ଟା ଥାନା ବଡ଼ଅଳିଆ ଗ୍ରାମରୁ ଆସିଛି। ଗ୍ରାମର ଗୁମୁଦ ହାଁସଦା କେନ୍ଦ୍ରୀୟ ପୁଲିସ ବଳର ଯବାନ, ସେ ୨୦୧୮ ମସିହାରେ ଭୋଳାଗଡିଆ ଗ୍ରାମର ଲକ୍ଷ୍ମଣ ମାରାଣ୍ଡିଙ୍କ ବଡ଼ ଝିଅ ସୀତାମଣିକୁ ବିବାହ କରିଥିଲେ। ହସଖୁସିରେ ବିତୁଥିଲା ଜୀବନ। ୨୦୨୪ ମସିହା ସେପ୍ଟେମ୍ବର ୪ ତାରିଖରେ ସ୍ୱାମୀ ସହିତ ବାଇକରେ ଉଦଳା ଯାଉଥିଲେ ସୀତାମଣି। ଏହି ସମୟରେ ନାଲୁହା ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସ୍ୱାମୀଙ୍କର ଗୋଡ଼ ଭାଙ୍ଗି ଯାଇଥିଲା। ସ୍ତ୍ରୀ ସୀତାମଣି କିନ୍ତୁ ହରାଇଥିଲେ ଦୃଷ୍ଟିଶକ୍ତି ଆଉ ସୌନ୍ଦର୍ଯ୍ୟ। ଏହା ସହ ତାଙ୍କ ଶ୍ରବଣ ଶକ୍ତି ମଧ୍ୟ ପ୍ରଭାବିତ ହୋଇଥିଲା। ଏହା ପରେ ସ୍ୱାମୀଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା।
ପତ୍ନୀଙ୍କ ଏଭଳି ସମୟରେ ପାଖରେ ଛିଡା ହେବା ବଦଳରେ ଅଣଦେଖା କରିଥିଲେ ଗୁମୁଦ ହାଁସଦା। ସୀତାମଣି ଶ୍ୱଶୁର ଘରେ ଦୁର୍ବିସହ ଜୀବନ ବିତାଉଥିବା ଦେଖି ବାପ ଘର ଲୋକେ ଘରକୁ ନେଇ ଆସିଛନ୍ତି। ତେବେ ପତ୍ନୀଙ୍କୁ ଏଭଳି ଯନ୍ତ୍ରଣାରେ ଏକୁଟିଆ ଛାଡି ଦେଇ ଯାଇଥିବା ଯବାନ ସ୍ୱାମୀ ଘଟଣା ବାବଦରେ କିଛି କହି ନ ଥିବା ବେଳେ ସୀତାମଣିଙ୍କ ଶ୍ୱଶୁର କହିଛନ୍ତି ସୀତାଙ୍କ ପରିବାର ଲୋକେ ଆସି ତାଙ୍କୁ ନିଜ ଇଚ୍ଛାରେ ଘରକୁ ନେଇଯାଇଛନ୍ତି।
ତେବେ ପତ୍ନୀଙ୍କ ଏଭଳି ଅବସ୍ଥା ସ୍ୱାମୀ ନ ପଚାରିବା ଯେତିକି ସମ୍ବେଦନଶୀଳ ସେତିକି ହୃଦୟ ବିଦାରକ ମଧ୍ୟ। ସୀତାମଣିଙ୍କ ଏଭଳି ଅବସ୍ଥାରେ ସରକାର ଦୃଷ୍ଟି ଦେବାକୁ ପରିବାର ପକ୍ଷରୁ ଦାବି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/25/betrayal-husband-2025-09-25-11-43-06.jpg)