ud
ଭୁବନେଶ୍ୱର : ବିଡିଏ ଅଫିସ୍ରେ ଖଚାଖଚ୍ ଭିଡ଼। ବେଆଇନ ନିର୍ମାଣକୁ ବୈଧ କରାଇନେବା ଲାଗି ପହଞ୍ଚିଛନ୍ତି ଆବେଦନକାରୀ। ଆସନ୍ତାକାଲି ସର୍ବକ୍ଷମା ଡେଡ୍ଲାଇନ୍ ସରୁଥିବା ବେଳେ ଶେଷ ମୁହୂର୍ତ୍ତରେ ଆଜି ବହୁସଂଖ୍ୟାରେ ଲୋକ ଆବେଦନ କରିବାକୁ ବିଡିଏ ଅଫିସ୍ରେ ପହଞ୍ଚିଥିଲେ। ଏପଟେ ଲୋକଙ୍କ ଆଗ୍ରହକୁ ଦେଖି ଆବେଦନ ସମୟକୁ ବଢାଇଛି ନଗର ଉନ୍ନୟନ ବିଭାଗ ।
ଆସନ୍ତାକାଲି ପରିବର୍ତ୍ତେ ୨୦ ତାରିଖ ଯାଏଁ ଆବେଦନ କରାଯାଇପାରିବ। ତେବେ ତାପରେ ଆଉ ସୁଯୋଗ ଦିଆଯିବନି ବୋଲି ବିଭାଗ ସ୍ପଷ୍ଟ କରିଛି । ୨୦ ତାରିଖ ଡେଡ୍ଲାଇନ୍ ପରେ ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଓ ଘର ସିଲ୍ ପ୍ରକ୍ରିୟା ଆରମ୍ଭ ହେବ । ଆବଶ୍ୟକ ପଡିଲେ ଆଇନ ଅନୁସାରେ ବେଆଇନ ନିର୍ମାଣକୁ ଭଙ୍ଗା ଯିବ। ତେବେ ତାପୂର୍ବରୁ ଏକ ଟିମ୍ ଯାଇ ବେଆଇନ ନିର୍ମାଣର ଯାଞ୍ଚ କରିବ । ସେପଟେ ଆବେଦନ ସମୟସୀମା ୧୫ ଦିନ ପରିବର୍ତ୍ତେ ଅଧିକ ବଢାଇବା ଓ ଫାଇନ୍ କମ୍ କରିବା ଲାଗି ପୁଣି ଦାବି ଉଠିଛି ।
ଅନ୍ୟପକ୍ଷରେ ବିଡିଏରୁ ମିଳିଥିବା ସୂଚନା ଅନୁସାରେ ସର୍ବକ୍ଷମା ଯୋଜନାରେ ଏଯାଏଁ ୫ ହଜାରୁ ଅଧିକ ଲୋକ ଆବେଦନ କରିଛନ୍ତି।୨୦୧୮ ଜୁନରେ ସର୍ବକ୍ଷମା ଯୋଜନା ଆରମ୍ଭ ହେବା ପରେ ଦୁଇ ଦୁଇ ଥର ଆବେଦନ ତାରିଖ ବଢ଼ାଯାଇଥିଲା । ଆଉ ଏବେ ପୁଣି ଥରେ ଏହି ସମୟ ସୀମାକୁ ୧୫ ଦିନ ବଢାଯାଇଛି । ଫ୍ଲୋର ଏରିଆ ରେସିଓ ଉଲଘଂନ ନିୟମକୁ କୋହଳ କରାଯିବା ସହ ବେଆଇନ ପାର୍କିଂ ଓ କଂପାଉଣ୍ଡି ଫି୍କୁ ସରକାର କମାଇଥିଲେ । ଏହାସତ୍ତ୍ୱେ ସର୍ବକ୍ଷମା ଯୋଜନା ସେତେ ଆଦୃତ ହୋଇନଥିଲା। ବିଡିଏ ବାଦ୍ ଅନ୍ୟ ୮ଟି ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ହୋଇଥିବା ବେଆଇନ ନିର୍ମାଣକୁ ବୈଦ୍ଧ କରିବା ନେଇ ବି ଲୋକେ ଆଗ୍ରହ ଦେଖାଉ ନାହାନ୍ତି । କାରଣ ଯେଉଁ ସମୟରେ ନିର୍ମାଣ ହୋଇଛି। ସେଇ ସମୟର ନିୟମ ଅନୁସାରେ ଫାଇନ ଧାର୍ଯ୍ୟ ହୋଇନଥିବାରୁ ଲୋକେ ତାକୁ ଗ୍ରହଣ କରୁନାହାନ୍ତି।
୨୦୦୭-୮, ଭଳି ଏଥର ବି ସର୍ବକ୍ଷମା ଯୋଜନା ସେତେଟା ଗ୍ରହଣୀୟ ହୋଇନାହିଁ। ତେବେ ୨୦ ଡେଡ୍ଲାଇନ ପରେ ନଗର ଉନ୍ନୟନ ବିଭାଗ ବେଆଇନ ନିର୍ମାଣକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତା ଉପରେ ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ud_1626691483.jpg)