Advertisment

ଗୁଳିବିନିମୟରେ ୨ ମାଓବାଦୀ ସଫା

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଚେରଲା ମଣ୍ଡଳରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବ୍ୟାପକ ଗୁଳିଗୋଳା ଜବତ କରିଛି ପୋଲିସ। ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା ଅଂଚଳରେ ନକ୍ସଲ ଏକାଠି ହୋଇଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ରାତିର ଅନ୍ଧକାରରେ ଆକ୍ରମଣ କରିଥିବାରୁ ଅନେକ ମାଓବାଦୀ ଘଟଣାସ୍ଥଳରୁ […]

ଗୁଳିବିନିମୟରେ ୨ ମାଓବାଦୀ ସଫା

naxal

Advertisment

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଚେରଲା ମଣ୍ଡଳରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ବ୍ୟାପକ ଗୁଳିଗୋଳା ଜବତ କରିଛି ପୋଲିସ।

Advertisment

ଚେରଲାମଣ୍ଡଳର ଭାଡ଼ିପେଟା ଏବଂ ପୁସୁଗୁପା ଅଂଚଳରେ ନକ୍ସଲ ଏକାଠି ହୋଇଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ଉଭୟଙ୍କ ମଧ୍ୟରେ ପ୍ରାୟ ୨୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ରାତିର ଅନ୍ଧକାରରେ ଆକ୍ରମଣ କରିଥିବାରୁ ଅନେକ ମାଓବାଦୀ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।

ଦୁଇ ମାଓବାଦୀଙ୍କ ମୃତଦେହକୁ ଭଦ୍ରାଦି କଥାଗୁଡ଼ାମ ଏସପିଙ୍କ ଅଫିସରେ ରଖାଯାଇଛି। ମୃତଦେହ ଚିହ୍ନଟ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ