Advertisment

ଶୌଚ ହେବାକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା

ନବରଙ୍ଗପୁର : ପୋଖରୀରେ ବୁଡିଗଲେ ଦୁଇ ନାବାଳିକା।  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଘଟଣା। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି। ପୋଖରୀରେ ଗୋଡ ଖସି ଉମା ଜାନି ବୁଡିଯିବା ପରେ ତାଙ୍କୁ ବଂଚାଇବାକୁ ଯାଇ ଟଭା ଜାନି ମଧ୍ୟ ବୁଡି ଯାଇଥିଲେ ଉଭୟ ବୁଡିଯିବାର ଜାଣି […]

ଶୌଚ ହେବାକୁ ଯାଇ ବୁଡ଼ିଗଲେ ଦୁଇ ନାବାଳିକା

girl9

Advertisment

ନବରଙ୍ଗପୁର : ପୋଖରୀରେ ବୁଡିଗଲେ ଦୁଇ ନାବାଳିକା।  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଘଟଣା। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି।

Advertisment

ପୋଖରୀରେ ଗୋଡ ଖସି ଉମା ଜାନି ବୁଡିଯିବା ପରେ ତାଙ୍କୁ ବଂଚାଇବାକୁ ଯାଇ ଟଭା ଜାନି ମଧ୍ୟ ବୁଡି ଯାଇଥିଲେ ଉଭୟ ବୁଡିଯିବାର ଜାଣି ବହୁତ ଖୋଜାଖୋଜି ପରେ ମଧ୍ୟ ମୃତଦେହ ପାଇନଥିଲେ ଗ୍ରାମବାସୀ। ଶେଷରେ ଅଗ୍ନିଶମବାହିନୀ ଆସି ଖୋଜାଖୋଜି ପରେ ଦୁଇ ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇ ପଠାଯାଇଛି।  ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ମାମଲାର ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ