Advertisment

ହାରିଯିବେକି ଏଇ ୨ ଭଉଣୀ ?

ଭୁବନେଶ୍ୱର  : ଏଥର ଅନେକ ନେତା ଓ ତାଙ୍କ ପିଲାମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି କିଛି ନେତାଙ୍କର କେବଳ ପୁଅ ଅବା ଝିଅମାନେ ପ୍ରାର୍ଥୀ ହୋଇଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ସେ ଏଥର ପ୍ରାର୍ଥୀ ହୋଇ ନାହାନ୍ତି। କିନ୍ତୁ ତାଙ୍କର ଦୁଇ ଝିଅ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତା’ ପୁଣି ଦୁଇଟି ଭିନ୍ନ ଦଳରୁ। ତାଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ […]

author-image
Otv Khabar Bureau
ହାରିଯିବେକି ଏଇ ୨ ଭଉଣୀ ?

aa

ଭୁବନେଶ୍ୱର  : ଏଥର ଅନେକ ନେତା ଓ ତାଙ୍କ ପିଲାମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି କିଛି ନେତାଙ୍କର କେବଳ ପୁଅ ଅବା ଝିଅମାନେ ପ୍ରାର୍ଥୀ ହୋଇଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ସେ ଏଥର ପ୍ରାର୍ଥୀ ହୋଇ ନାହାନ୍ତି। କିନ୍ତୁ ତାଙ୍କର ଦୁଇ ଝିଅ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ତା’ ପୁଣି ଦୁଇଟି ଭିନ୍ନ ଦଳରୁ।

Advertisment

ତାଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଦଳ ତାଙ୍କୁ ଏଥର ସୁନ୍ଦରଗଡ଼ ଲୋକସଭା ଆସନରେ ପ୍ରାର୍ଥୀ କରିଛି। ସେହିଭଳି ତାଙ୍କ ସାନ ଝିଅ ଅମିତା ବିଶ୍ୱାଳଙ୍କୁ କଂଗ୍ରେସ ସୁନ୍ଦରଗଡ଼ ବିଧାନସଭା ଆସନରେ ପ୍ରାର୍ଥୀ କରିଛି। ତେବେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ଏ ଦୁହେଁ ପଛୁଆ ଚାଲିଛନ୍ତି।

ସୁନ୍ଦରଗଡ଼ ବିଧାନସଭା ଆସନରେ ମୁଖ୍ୟତଃ ବିଜେପି ପ୍ରାର୍ଥୀ କୁସୁମ ଟେଟେ ଓ ପୂର୍ବତନ ବିଧାୟକ ତଥା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ଯୋଗେଶ କୁମାର ସିଂହଙ୍କ ମଧ୍ୟରେ ହେଉଛି। ଏଥିରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା କୁସୁମ ଟେଟେ ଆଗରେ ଅଛନ୍ତି। ଅମିତା ବିଶ୍ୱାଳ ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ସୁନ୍ଦରଗଡ଼ ଲୋକସଭା ଆସନରେ ମଧ୍ୟ ବିଜେପି ଆଗରେ ଅଛି। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏଠାରେ ଆଗରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ପଛରେ ଅଛନ୍ତି। ଅବଶ୍ୟ କିଛି ସମୟ ପାଇଁ ଜର୍ଜ ଏହି ଆସନରେ ଆଗରେ ଚାଲିଥିଲେ। ଏଠାରେ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ତୃତୀୟ ସ୍ଥାନରେ ରହିଛନ୍ତି।

Left Top
Advertisment
Advertisment