/odishatv-khabar/media/post_attachments/uploadimage/library/16_9/16_9_0/uop_1626692871.jpg)
uop
ଭୁବନେଶ୍ୱର: “ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ଏ ହେଉଛି ମନ୍ଦିର। ଏଠାରେ ବସିବା ପାଇଁ ସୁଯୋଗ ଦେଇଥିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଖରେ ମୁଁ ଚିର କୃତଜ୍ଞ। ଏଠାରେ ପ୍ରତିନିଧିତ୍ୱ କରୁଥିବାରୁ ସେମାନଙ୍କ ପାଖରେ ମୁଁ ସର୍ବଦା ଋଣି ରହିବି। ଏଥିପାଇଁ ମୋର ଦଳୀୟ ସହଯୋଗୀ, ବନ୍ଧୁ, ଶିକ୍ଷକ, ଶୁଭଚିନ୍ତକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ୍ ଦେଉଛି।”
Temple of “Largest Democracy” of the World!
Forever shall I remain indebted to people of Bargarh Lok Sabha for giving me an opportunity to represent them in Parliament.
Special thanks to my party colleagues, friends, well wishers & my family members & teachers.
? ? ? ? ? . pic.twitter.com/6qJ9hJxRiH— Suresh Pujari (@sureshkpujari) May 27, 2019
ବରଗଡ଼ ନିର୍ବାଚନ ମଣ୍ଡଳୀରୁ ଏଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସୁରେଶ ପୂଜାରୀ ଏଭଳି କିଛି ଲେଖି ନିଜ ଟୁଇଟର୍ ହ୍ୟାଣ୍ଡେଲରେ ପ୍ରକାଶ କରିଛନ୍ତି। ପଶ୍ଚିମ ଓଡ଼ିଶାରୁ ଏଥର ବିଜେପିକୁ ସର୍ବାଧିକ ସଫଳତା ମିଳିଥିବା ବେଳେ ପ୍ରଥମ ଥର ଲାଗି ସୁରେଶଙ୍କୁ ଲୋକସଭାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିଛି। ଖାଲି ସେତିକି ନୁହେଁ ସେ ଏଥର ଏଠାରୁ ନିଜର ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡିର ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମାତ୍ ଦେଇ ଚର୍ଚ୍ଚାରେ।
ସୁରେଶ ଏହି ଟୁଇଟ୍ରେ କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ବିଜେପି ସିଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଉଛନ୍ତି। ଆଉ କିଛି ଫଟୋର ଓଡ଼ିଶାର ନବ ନିର୍ବାଚିତ ସାଂସଦମାନଙ୍କ ସହ ସେ ଫଟୋ ଉଠାଇଛନ୍ତି। ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ସଙ୍ଗୀତା ସିଂଦେଓ, ବିଶ୍ୱେଶ୍ୱର ଟୁଡୁ, ନିତେଶ ଗଙ୍ଗଦେବଙ୍କ ସହ ଫଟୋ ପାଇଁ ପୋଜ୍ ଦେଇଛନ୍ତି ସୁରେଶ।
/odishatv-khabar/media/post_attachments/wp-content/uploads/2019/05/1-30.jpg)
୨୦୦୮ରୁ ବରଗଡ଼ ନିର୍ବାଚନ ମଣ୍ଡଳୀର ସୃଷ୍ଟି। ଏଥରକୁ ମିଶାଇ ମାତ୍ର ୩ଟି ନିର୍ବାଚନ ଦେଖିଛି ଏହି ଆସନ। ପ୍ରଥମ ଥର ୨୦୦୯ରେ କଂଗ୍ରେସ ଦଖଲ କରିଥିଲା ଏହି ଆସନକୁ। କିନ୍ତୁ ୨ୟ ଥର ୨୦୧୪ରେ ଦଳ ପ୍ରତି ଲୋକଙ୍କ ଆସ୍ଥା ତୁଟିଲା ଆଉ କଂଗ୍ରେସକୁ ଭୋଟର ୩ୟ ସ୍ଥାନକୁ ଠେଲି ଦେଇଥିଲେ। ୨ୟ ନିର୍ବାଚନ ଅର୍ଥାତ ୨୦୧୪ରେ ବିଜେପି-ବିଜେଡି ମଧ୍ୟରେ ହୋଇଥିଲା ଟକ୍କର। ମାତ୍ର ୧୧ ହଜାର ଭୋଟରେ ଜିତିଥିଲେ ବିଜେଡି ପ୍ରାର୍ଥୀ ଡ.ପ୍ରଭାସ କୁମାର ସିଂ।
/odishatv-khabar/media/post_attachments/wp-content/uploads/2019/05/2-19.jpg)
ହେଲେ ୨୦୧୯ରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରି ବିଜୟ ତିଳକ ଧାରଣ କରିବାର ଆଶା କରିଥିଲା। ମାତ୍ର ବିଜେଡିର ଏହି ଇଚ୍ଛାକୁ ଧୂଳିସାତ୍ କରିଛନ୍ତି ସୁରେଶ। ଛାତ୍ରନେତାରୁ ରାଜ୍ୟ ରାଜନୀତିକୁ ଆସିଥିବା ସୁରେଶ ବିଜୟୀ ହୋଇ ପାର୍ଲିଆମେଣ୍ଟ ଯାଇଛନ୍ତି। ପୂର୍ବରୁ ରାଜ୍ୟ ରାଜନୀତିରେ ବିଜୟ ମୁକୁଟ କେବେ ପିନ୍ଧି ନ ଥିଲେ ମଧ୍ୟ ସୁରେଶଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି। ୧୯୯୨ରୁ ୧୯୯୬ ସେ ସମ୍ବଲପୁର ମ୍ୟୁନିସିପାଲିଟି ଚେୟାରମ୍ୟାନ ଥିଲେ। ୨୦୧୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବ ଛିଡା ହୋଇଥିଲେ। ମାତ୍ର ୩୦ ହଜାର ଭୋଟରେ ବିଜେଡି ନେତା ନଗେନ୍ଦ୍ର ପ୍ରଧାନଙ୍କଠାରୁ ହାରି ଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)