Tusker Tramples Two to Death Photograph: (OTV)
Advertisment
୨ ଲୋକଙ୍କୁ ଦଳି ଦେଲା ଦନ୍ତା। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା। ଜଣେ ମହିଳା ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିବା ତୋଳିବାକୁ ବାରିକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ।
Advertisment
ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ହୋଇପଡିଥିବା ଆହତ ବ୍ୟକ୍ତି ଜଣଙ୍କୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ହାତୀ ଘଉଡାଇବାକୁ ଭୀଷ୍ମଗିରି ଫରେଷ୍ଟ ଟିମର ଉଦ୍ୟମ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/tusker-tramples-two-to-death-2026-02-22-10-07-35.jpg)