Advertisment

Turning Trash into the Divine: ବୟସ ବଢ଼ିଛି ହେଲେ ଥକି ନାହିଁ ହାତ; ଅଦରକାରୀ ବସ୍ତୁରେ ଜଗନ୍ନାଥ

ସମସ୍ତଙ୍କୁ ଦାନ କରିବା ପାଇଁ କାର୍ଡବୋର୍ଡ, କାଗଜ ଓ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟବହାର କରି ତିଆରି କରୁଛନ୍ତି ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି।

Balasore-Oldman-Art

Balasore-Oldman-Art Photograph: (OTV)

Advertisment

ବୟସ ବଢ଼ିଛି ହେଲେ ଥକି ନାହିଁ ହାତ, ଥକି ନାହିଁ ଆଖି। କାର୍ଡବୋର୍ଡ, କାଗଜ ଓ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟବହାର କରି ସେ ତିଆରି କରୁଛନ୍ତି ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି। ସେ ଏସବୁ କିନ୍ତୁ ବ୍ୟବସାୟ ପାଇଁ ନୁହଁ ବରଂ ସମସ୍ତଙ୍କୁ ଦାନ କରିବା ପାଇଁ ପଣ କରିଛନ୍ତି। ଏ ନେଇ ରେମୁଣା ଅଞ୍ଚଳରେ ପ୍ରତ୍ୟେକ ଘରେ ଶୋଭା ପାଏ ତାଙ୍କର ହାତ ଗଢା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି। ଆପଣଙ୍କ ଘରେ ବି ବାହାରୁଥିବ ଏମିତି ଅନେକ ଚିରା କାଗଜ ଆଉ କାର୍ଡ ବୋର୍ଡ। ହେଲେ ଏସବୁ ଯାଉଥିବ ଡଷ୍ଟବିନ୍। ଏବେ ଆପଣ ଭାବୁଥିବେ ଏହି ବର୍ଯ୍ୟବସ୍ତୁ ଏତେ କାର୍ଯ୍ୟକାରୀ!

Advertisment

ଏ ହେଉଛନ୍ତି ବାଲେଶ୍ୱର ରେମୁଣା ଅଞ୍ଚଳର ଦୟାଲ ଚନ୍ଦ୍ର ଦାସ, ବୟସ ଅଣାଅସି। ଘରେ ବର୍ଜ୍ୟବସ୍ତୁ ଭାବେ ବାହାରୁଥିବା ଏହି କାଗଜରେ ସେ ଗଢି ଦେଉଛନ୍ତି ଜଗନ୍ନାଥଙ୍କ ସୁନ୍ଦର ପ୍ରତିମୂର୍ତ୍ତି। ଚମ ଧୁଡୁ ଧୁଡୁ, ହେଲେ ହାର ମାନିନି ମନ। ଏ ବୟସରେ ବି ସେ ଜଗତର ନାଥଙ୍କ ପାଇଁ ନିଜ ଜୀବନଙ୍କୁ କରିଦେଇଛନ୍ତି ସମର୍ପଣ। କାର୍ଡବୋର୍ଡ, ପ୍ଲାଷ୍ଟିକ ବୋତଲ, ଖବର କାଗଜ ଆଉ ଲେଖାହୋଇଥିବା ଖାତା ଆଦି ବାର୍ଯ୍ୟ ବସ୍ତୁକୁ ସେ ସମ୍ବଳ କରିଛନ୍ତି। ବିଭିନ୍ନ ପ୍ରକାରର ଜଗନ୍ନାଥଙ୍କ ମୂର୍ତ୍ତି ଗଢିବା ସହ ସେ ପାଇଛନ୍ତି ନୂଆ ପରିଚୟ। ସବୁ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଶେଷରେ ତୂଳୀର ଛୁଆଁରେ ସେ ଦେଉଛନ୍ତି ଜଗନ୍ନାଥଙ୍କ ରୂପ।

ସବୁଠାରୁ ରୋଚକ କଥା ହେଉଛି, ଜଗନ୍ନାଥଙ୍କ ମୂର୍ତ୍ତି ତିଆରି ପରେ ସେ ଏସବୁକୁ ଦାନ କରିଦିଅନ୍ତି। ରେମୁଣା ଅଞ୍ଚଳରେ ଏମିତି କୌଣସି ଘର ନାହିଁ ଯେଉଁଠି ଏହି ବୃଦ୍ଧ ମଉସାଙ୍କ ମୂର୍ତ୍ତି ପୂଜା ପାଉ ନଥିବ। ପାଉଥିବା ପେନସନ ଟଙ୍କାରେ ରଙ୍ଗ ଓ ତୂଳି କିଣି ଏହି ମୂର୍ତି ସବୁ ତିଆରି କରନ୍ତି ଦୟାଲ ଚନ୍ଦ୍ର। ଚାକିରିରୁ ଅବସର ପରେ ସେ ନିଜକୁ ଜଗନ୍ନାଥଙ୍କ ପାଖେ ସମର୍ପି ଦେଇଛନ୍ତି।

Advertisment

ଯେଉଁ ବୟସରେ ସମସ୍ତେ ବିଶ୍ରାମ କରନ୍ତି ସେଇ ବୟସରେ ସେ ଠାକୁରଙ୍କ ପାଇଁ ନିଜକୁ କର୍ମତତ୍ପର ରଖିଛନ୍ତି। ତାଙ୍କର ଏହି ଅଦ୍ଭୁତ ପ୍ରତିଭା ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଆଉ ସମ୍ବର୍ଦ୍ଧନା।

Human Interest Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ