Advertisment

ଭଣଜା ସିନ୍ଦୂର ସ୍ୱାମୀ ପର : ଚର୍ଚ୍ଚାରେ ମାଇଁ-ଭଣଜା ପ୍ରେମ କାହାଣୀ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ ) : ହୃଦୟରେ ଯେବେ ପ୍ରୀତିର ରଙ୍ଗ ଲାଗେ ,ମନରେ ଭିନ୍ନ ଶିହରଣ ସୃଷ୍ଟି ହୁଏ । ମନ ପ୍ରତି ମୁହୂର୍ତ୍ତରେ ଖୋଜେ ନିଜର ପ୍ରିୟ ସାଥିକୁ। ପାଖରେ ପାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହୁଏ। ସ୍ଥାନ କାଳ ପାତ୍ରରେ ସେମାନେ ଉଭୟଙ୍କୁ ସ୍ୱତନ୍ତ୍ର ମନେ କରନ୍ତି। ସମାଜର ଟାହିଟାପରାକୁ ଭୁଲି ପାଲଟି ଯାଆନ୍ତି ଦୁଇ ପ୍ରେମପକ୍ଷୀ । ଜାତି-ଧର୍ମ, ଭେଦ-ଭାବ ଓ ସମ୍ପର୍କ ସବୁକିଛି ଫିକା ପଡ଼ିଯାଏ ଏହି ଭଲ ପାଇବା ପାଖରେ। […]

author-image
Pradesh Pratyush
ଭଣଜା ସିନ୍ଦୂର ସ୍ୱାମୀ ପର : ଚର୍ଚ୍ଚାରେ ମାଇଁ-ଭଣଜା ପ୍ରେମ କାହାଣୀ

love

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ ) : ହୃଦୟରେ ଯେବେ ପ୍ରୀତିର ରଙ୍ଗ ଲାଗେ ,ମନରେ ଭିନ୍ନ ଶିହରଣ ସୃଷ୍ଟି ହୁଏ । ମନ ପ୍ରତି ମୁହୂର୍ତ୍ତରେ ଖୋଜେ ନିଜର ପ୍ରିୟ ସାଥିକୁ। ପାଖରେ ପାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହୁଏ। ସ୍ଥାନ କାଳ ପାତ୍ରରେ ସେମାନେ ଉଭୟଙ୍କୁ ସ୍ୱତନ୍ତ୍ର ମନେ କରନ୍ତି। ସମାଜର ଟାହିଟାପରାକୁ ଭୁଲି ପାଲଟି ଯାଆନ୍ତି ଦୁଇ ପ୍ରେମପକ୍ଷୀ । ଜାତି-ଧର୍ମ, ଭେଦ-ଭାବ ଓ ସମ୍ପର୍କ ସବୁକିଛି ଫିକା ପଡ଼ିଯାଏ ଏହି ଭଲ ପାଇବା ପାଖରେ।

Advertisment

ଏମିତି ଏକ ପ୍ରେମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଛି ଏହି ଘଟଣା । ସମାଜ ଓ ପରିବାର ବି ହାର୍‌ ମାନିଛି ଏହି ପ୍ରେମୀ ଯୁଗଳଙ୍କ  ପ୍ରେମ ଆଗରେ । ସମାଜ ଆଖିରେ ସଂପର୍କରେ ସେମାନେ ଭଣଜା ଏବଂ ମାଇଁ। ହେଲେ ନିଜ ଭିତରେ ଦୁହେଁ ଦୁହିଁଙ୍କର ପ୍ରେମ ପ୍ରଣୟର ସାଥି । ସାତ ଜନମକୁ ସାଥି ହୋଇ ଏକାଠି ରହିବାକୁ ସ୍ୱପ୍ନ ଦେଖୁଥିବା ଦୁଇ ନିରବ ପ୍ରେମୀ ପକ୍ଷୀ।

ଯୁବତୀ ଜଣକ ୬ ମାସ ତଳେ ବିବାହ ହୋଇଥିଲେ। ହେଲେ ଓମାନରେ ରହୁଥିବା ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ଭଣଜା ସହ ସଂପର୍କ ଆହୁରି ଘନିଭୂତ ହୁଏ । ସମୟ ଯେତିକି ଗଡ଼ି ଚାଲେ ,ଦୁହେଁ ଦୁହିଁଙ୍କର ସେତିକି ନିକଟତର ହୁଅନ୍ତି । ଆଉ ସାରା ଜୀବନ ସାଥୀ ହୋଇ ରହିବା ପାଇଁ କଥା ଦିଆନିଆ ହୁଅନ୍ତି।

Advertisment

ଯୁବକ ଜଣକ କହିଛନ୍ତି ଯେ,  ମୋ ମାଇଁକୁ ମୁଁ ଭଲ ପାଉଛି। ବର୍ଷେ ହେଲା ଆମ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏବେ ଆମେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛୁ। ଯେଉଁ ମନ୍ଦିରରେ ମାମୁକୁ ମାଇଁ ବାହା ହୋଇଥିଲେ ସେଇ ମନ୍ଦିରରେ ଆଜି ସେ ଭଣଜାର ହାତ ଧରିବେ। ଘଟଣା ଶୁଣି ସମସ୍ତେ ତାଜୁବ୍। ହେଲେ କିଛି କରିବାର ଉପାୟ ନାହିଁ। ବାଧ୍ୟ ହୋଇ ରାଜି ହୋଇଛନ୍ତି ଗ୍ରାମବାସୀ। ଆଉ ଓମାନ୍‌ରେ ଥିବା ସ୍ୱାମୀ ପତ୍ନୀଙ୍କର ନିଷ୍ପତ୍ତିକୁ ସମ୍ମାନ ଜଣାଛନ୍ତି।

Advertisment
Advertisment