sarala
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିରରେ ଅଘଟଣ । ଶାରଳାଙ୍କ ସିଂହାସନ ଉପରେ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ତିନି ବିଗ୍ରହଙ୍କ ମଧ୍ୟରୁ ମା’ ଙ୍କ କୋଡ଼ ପ୍ରତିମା ଶୂଳୀ ଦୁର୍ଗାଙ୍କ ହାତରେ ଥିବା ତ୍ରିଶୂଳ ଭାଙ୍ଗି ଯାଇଛି ।
ଏହା ଜଣାପଡିବା ପରେ ପରିଚ୍ଛା ସେବକ ଓ ବଡପଣ୍ଡା ପ୍ରମୁଖ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରଛନ୍ତି । ମା’ ଶାରଳାଙ୍କ ମନ୍ଦିରର ଟ୍ରଷ୍ଟି ତଥା ଜିଲ୍ଲାପାଳ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।
ଏଭଳି ପରିସ୍ଥିତିରେ ଆଗକୁ କଣ ପଦକ୍ଷେପ ନିଆଯିବ, ସେଥିପାଇଁ ପୁରୀ ମୁକ୍ତିମଣ୍ଡପର ପରାମର୍ଶକୁ ଅପେକ୍ଷା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sarala_1626074076.jpg)