murder
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ବାରକୋଟ ଥାନା ବାଲିନାଳି ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସ୍ପି। ଗୋଟିଏ ପରିବାରର ୩ ସଦସ୍ୟଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୁଲିସ ।
ପୁଲିସର କହିବାନୁଯାୟୀ, ବଡତଇଳା ଗାଁର ବିକ୍ରମ ପ୍ରଧାନ ବ୍ରଜରାଜନଗର ଅଞ୍ଚଳରେ ରହି ଏକ ଦୋକାନରେ କାମ କରୁଥିଲେ। ସେଠାରେ ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ପ୍ରେମବିବାହ କରି ରହୁଥିଲେ। ତାଙ୍କର ଏକ ୪ବର୍ଷର ପୁଅ ଏବଂ ୩ ମାସର ଶିଶୁକନ୍ୟା ଥିଲା। କୌଣସି କାରଣକୁ ନେଇ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ଝଗଡା ହେଉଥିଲା।
ଏଥିସହ ବିକ୍ରମ ଅନ୍ୟ ଜାତିର ବାହା ହୋଇଥିବାରୁ ତାଙ୍କ ସାନ ଭାଇ ଚିନ୍ମୟଙ୍କ ବିଭାଘର ପାଇଁ ସମସ୍ୟା ଉପୁଜୁଥିଲା । ତେଣୁ ବିକ୍ରମ ଓ ତାଙ୍କ ପରିବାର ଲୋକେ ମିଶି ଏହି ହତ୍ୟାକାଣ୍ଡ ଭିଆଇଥିବା ଜଣାପଡିଛି। ଏଥିସହ ବିକ୍ରମଙ୍କୁ ତାଙ୍କର ଜଣେ ସାଙ୍ଗ ମୃତଦେହ ପୋତିବା ଲାଗି ସହଯୋଗ କରିଥିବାରୁ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଛି। ଗତ ଅକ୍ଟୋବର ୧୭ତାରିଖରେ ବିକ୍ରମ ତାଙ୍କ ପତ୍ନୀ, ଝିଅ ଓ ପୁଅକୁ ବୁଲାଇ ନେବା ବାହାନାରେ ବାଲିନାଳି ସଂରକ୍ଷିତ ଜଙ୍ଗଲରେ ଏକ କଟର ସାହାଯ୍ୟରେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏଥିରେ ତାଙ୍କ ପରିବାର ଲୋକେ ମଧ୍ୟ ସହାୟତା କରିଥିଲେ। ହତ୍ୟାକାଣ୍ଡ ଭିଆଇବାର କିଛି ଦିନ ପରେ ନଭେମ୍ବର ୮ତାରିଖରୁ ତିନୋଟି ମୃତଦେହ ପୁଲିସର ଉଦ୍ଧାର କରି ତଦନ୍ତ ଜାରି ରଖିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder-3_1626685668.jpg)