Advertisment

ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର  ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫) । ଖବର ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୁତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତେଦହ ଘର ବାହାରେ […]

ଅଦ୍ୟତନ ହୋଇଛି
ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା

binika

Advertisment

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର  ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫) ।

Advertisment

ଖବର ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୁତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତେଦହ ଘର ବାହାରେ ପଡ଼ି ଥିବାବେଳେ ତାଙ୍କ ବାପା-ମା’ଙ୍କ ଶବ ଘର ଭିତରେ ପଡ଼ିରହିଛି। ଆଜି ସକାଳେ ଶିବର ମୃତ ଦେହ ଘର ବାହାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ କେଉଁ କାରଣ ଯୋଗୁ ବୁଲୁଙ୍କ ପରିବାରକୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ବୁଲୁଙ୍କ ଦୁଇ ଝିଅ ବାହା ହୋଇଥିବାବେଳେ ସାନ ପୁଅ ଶଙ୍କର ଭୋଇ ବାହାରେ କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ