Advertisment

Odia Youth Returns to India: ସୁଦାନରୁ ଫେରୁଛନ୍ତି ଓଡ଼ିଆ ପୁଅ, ଗୃହଯୁଦ୍ଧ ଭିତରେ ମୁକୁଳିଲେ

ମୁକ୍ତ ହେବା ପରେ ଭାରତ ଫେରୁଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ଆଜି ଜନ୍ମମାଟିରେ ପହଞ୍ଚିବେ।

Odia Youth Returns to India

Odia Youth Returns to India Photograph: (OTV)

Advertisment

ମୁକ୍ତ ହେବା ପରେ ଭାରତ ଫେରୁଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ଆଜି ଜନ୍ମମାଟିରେ ପହଞ୍ଚିବେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ୪୦ ରେ ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଅଭିମୁଖେ ବାହାରିଛନ୍ତି ଆଦର୍ଶ। ହାଇଦ୍ରାବାଦରୁ ସକାଳ ସାଢ଼େ ୮ଟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ସୂଚନା ମିଳିଛି। ସୁରକ୍ଷିତ ଭାବେ ଆଦର୍ଶ ଫେରୁଥିବାରୁ ପରିବାରରେ ଖୁସିର ଲହରି। 

Advertisment

୨୦୨୨ରେ ସୁଦାନର ଦର୍ଫୁର ଷ୍ଟେଟରେ ଥିବା ଅଲ୍ ଫାସିର ନାମକ ସ୍ଥାନରେ ଏକ ପ୍ଲାଷ୍ଟିକ କଂପାନୀରେ କାମ କରୁଥିଲେ। ସେଠାରେ ଗୃହଯୁଦ୍ଧ ଭୟଙ୍କର ରୂପ ନେବାରୁ କଂପାନୀ ବନ୍ଦ ହୋଇଯାଇଥିଲା। ଏହାପରେ ଗତ ମାସରେ ଆଦର୍ଶଙ୍କର ଏକ ଭିଡିଓ ଆସିଥିଲା। ସୁଦାନରେ ଫସିଯାଇଥିବାରୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ତାର କିଛିଦିନ ପରେ କାମ କରୁଥିବା କଂପାନୀକୁ ଯାଇଥିବାବେଳେ ଆଦର୍ଶକଙ୍କୁ ଉଠାଇ ନେଇଥିଲେ ବିଦ୍ରୋହୀ ଆତଙ୍କୀ ସଂଗଠନ RSFର ସଦସ୍ୟ। 

ପରିବାର ଲୋକଙ୍କ ପାଖକୁ ଆସିଥିବା ଭିଡ଼ିିଓରେ ଆତଙ୍କୀମାନେ ଏକ ଜଙ୍ଗଲରେ ତାଙ୍କୁ ରଖିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ। ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଲୋକସଭାରେ ପ୍ରସଙ୍ଗ ଉଠାଇଥିଲେ। ଆଦର୍ଶଙ୍କୁ ମୁକୁଳାଇବା ପାଇଁ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନେଇଥିଲେ।

Advertisment

•    ସୁଦାନରୁ ଫେରୁଛନ୍ତି ଓଡ଼ିଆ ପୁଅ
•    ଭାରତ ଫେରୁଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ
•    ଗୃହଯୁଦ୍ଧ ଭିତରେ ମୁକୁଳିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା
•    ଆଜି ଭୁବନେଶ୍ବରରେ ପହଞ୍ଚିବେ ଆଦର୍ଶ ବେହେରା
•    କାଲି ରାତିରେ ଆବୁଧାବିରୁ ହାଇଦ୍ରାବାଦ ଅଭିମୁଖେ ବାହାରିଥିଲେ
•    ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା
•    ଆଦର୍ଶ ଫେରୁଥିବାରୁ ପରିବାରରେ ଖୁସିର ଲହରି
•    ସୁଦାନରୁ ଉଦ୍ଧାର ପାଇଁ ନିବେଦନ କରିଥିଲେ ଆଦର୍ଶ
•    ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଅପହରଣ କରିଥିଲା
•    ଆତଙ୍କୀ ଆଦର୍ଶକଙ୍କୁ ଏକ ଜଙ୍ଗଲରେ ରଖିଥିଲେ
•    ସାଂସଦଙ୍କ ଅନୁରୋଧରେ ଆଦର୍ଶଙ୍କୁ ଆଣୁଛି ବୈଦେଶିକ ମନ୍ତ୍ରାଳୟ
•    ସଂସଦରେ ଉଦ୍ଧାର ପାଇଁ ଦାବି କରିଥିଲେ ସାଂସଦ ବିଭୁ ପ୍ରସାଦ ତରାଇ

Jagatsinghpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ