/odishatv-khabar/media/post_attachments/uploadimage/library/16_9/16_9_0/bhubaneswar-special-jail_1620886805.jpg)
bhubaneswar special jail
- ୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି
- ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ
- ଭୁବନେଶ୍ୱର ସ୍ପେଶାଲ୍ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି
- ପୁରୀ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ସ୍ପେଶାଲ୍ ଜେଲ୍ରସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି
ଭୁବନେଶ୍ୱର: ୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ କଲେ ରାଜ୍ୟ ସରକାର। ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ ହୋଇଛି। ଭୁବନେଶ୍ୱର ସ୍ପେଶାଲ୍ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇ ଥିବାବେଳେ ପୁରୀ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ସ୍ପେଶାଲ୍ ଜେଲ୍ରସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି। ସେହିପରି ବଲାଙ୍ଗିର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ୍ଙ୍କୁ ପୁରୀ ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି।
/odishatv-khabar/media/post_attachments/wp-content/uploads/2021/05/bc2e9f57-07c4-4f06-ada4-96a223e64bc1.jpg)
ଗତକାଲି ଭୁବନେଶ୍ୱର ମହାନଗର ନିଗମ( BMC) କମିଶନରଙ୍କ ବଦଳି ନେଇ ଘୋଷଣା କରାଯାଇଥିଲା। ୧୯୯୭ ବ୍ୟାଚ୍ର IAS ସଞ୍ଜୟ କୁମାର ସିଂଙ୍କୁ BMC କମିଶନର ଭାବେ ନିଯୁକ୍ତ କରାଯାଇଥିବା ବେଳେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର OSD ଭାବେ ନିଯୁକ୍ତ ପାଇଛନ୍ତି। ସଞ୍ଜୟ କୁମାର ସିଂଙ୍କୁ BMC କମିଶନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ସଞ୍ଜୟ କୁମାର ସିଂଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଏହାସହ ତାଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ସଞ୍ଜୟ କୁମାର ସିଂ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି। ଏଥିସହ ସେ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ସଚିବ ଏବଂ ଇଡ୍କୋ ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)