Advertisment

ଲେଭଲ୍‌ କ୍ରସିଂରେ ଗଳି ଯିବା ହେଲା କାଳ, ପିଟିଦେଲା ଟ୍ରେନ୍‌ !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲେଭଲ୍‌ କ୍ରସିଂ ଗେଟ୍‌ ପାର୍ଶ୍ୱରେ ଗଳି ଯିବା ମହଙ୍ଗା ପଡ଼ିଛି। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛି। ଆଜି ସଞ୍ଜ ବେଳେ ଏମିତି ମର୍ମନ୍ତୁଦ ଦୁର୍ଘଟଣା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲେଭଲ କ୍ରସିଂରେ ଘଟିଛି। ଆଜି ସନ୍ଧ୍ୟାରେ ଚେନ୍ନାଇ-ଆସାନସୋଲ୍‌ ସାପ୍ତାହିକ ଏକ୍ସପ୍ରେସ ଯାଉଥିଲା। ଏହି ସମୟରେ ଲେଭଲ କ୍ରସିଂ ଗେଟ୍‌ ବନ୍ଦ […]

ଲେଭଲ୍‌ କ୍ରସିଂରେ ଗଳି ଯିବା ହେଲା କାଳ, ପିଟିଦେଲା ଟ୍ରେନ୍‌ !

google

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲେଭଲ୍‌ କ୍ରସିଂ ଗେଟ୍‌ ପାର୍ଶ୍ୱରେ ଗଳି ଯିବା ମହଙ୍ଗା ପଡ଼ିଛି। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛି। ଆଜି ସଞ୍ଜ ବେଳେ ଏମିତି ମର୍ମନ୍ତୁଦ ଦୁର୍ଘଟଣା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲେଭଲ କ୍ରସିଂରେ ଘଟିଛି।

Advertisment

ଆଜି ସନ୍ଧ୍ୟାରେ ଚେନ୍ନାଇ-ଆସାନସୋଲ୍‌ ସାପ୍ତାହିକ ଏକ୍ସପ୍ରେସ ଯାଉଥିଲା। ଏହି ସମୟରେ ଲେଭଲ କ୍ରସିଂ ଗେଟ୍‌ ବନ୍ଦ ରହିଥିଲା। ତେବେ ଦୁଇ ବାଇକ୍‌ ଆରୋହୀ ବିଜୟ ଲାକ୍ରା ଓ ରବି ତିର୍କୀ ଲେଭଲ୍‌ କ୍ରସିଂ ପାର୍ଶ୍ୱରେ ଥିବା ଗଳା ରାସ୍ତାରେ ଟ୍ରାକ୍‌ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସିଥିବା ଟ୍ରେନଟି ଉଭୟଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ବାଇକ ଚାଳକ ବିଜୟ ଲାକ୍ରାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ରବି ତିର୍କୀ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ