Social Boycot Photograph: (OTV)
ବାସନ୍ଦ ଭୟ। ପର ହୋଇଗଲା ପୁଅର ଶବ। କଥାଟା ବିଶ୍ୱାସ ନହେଲେ ବି ସତ। ଜାତିଭାଇଙ୍କ ଭୟରେ ପୁଅର ଶବ ନେଲେ ନାହିଁ ବାପା। ଶବ ସତ୍କାର କଲେ ସ୍ବେଛାସେବୀ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଜରାସିଂହା ଗାଁରେ।
ରେଲୱେ ଟ୍ରାକରୁ ମିଳିଥିଲା ଫାଜଲ ବାଗଙ୍କ ଭେଣ୍ଡିଆ ପୁଅ ଭଗବତଙ୍କ ମୁଣ୍ଡ ଗଣ୍ଡି ଅଲଗା ଶବ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲା GRP। ହେଲେ ମୃତ ଭଗବତଙ୍କ ବାପା ପୁଅର ଶବ ନେଇନଥିଲେ। ଶବକୁ ଅନ୍ୟ ଜାତିର ଲୋକେ ଛୁଇଁ ଦେଇଥିବାରୁ ଜାତିଭାଇ ବାସନ୍ଦ କରିବେ ଭାବି ଶବ ନେଇନଥିଲେ ବାପା, ମା’।
ଫଳରେ ବଲାଙ୍ଗିର ଠାରେ ସ୍ବେଛାସେବୀମାନେ ଶବ ସତ୍କାର କଲେ। ବାପା ମା’ ପୁଅର ଶେଷ ଦର୍ଶନ ମଧ୍ୟ କଲେ ନାହିଁ। ପୁଅର ଶବକୁ ଅନ୍ୟ ଜାତିର ଲୋକେ ଛୁଇଁ ଥିବାରୁ ପୁଣିଥରେ ଜାତି ହେଲେ ବୁଢା ବାପା, ମା’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/17/social-boycot-2026-02-17-12-26-13.jpg)