rsp
ରାଉରକେଲା(ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ) : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ରେ ଗ୍ୟାସ୍ ଲିକ୍ ହୋଇଛି। ବିଷାକ୍ତ ଗ୍ୟାସ ପ୍ରଭାବରେ ୧୦ ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣଙ୍କର ମୃତ୍ୟୁ ଘଟିଥିଲ। ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ୪ ଜଣଙ୍କର ପରିଚୟ ମଧ୍ୟ ଜଣାପଡ଼ିଛି। ଏମାନେ ହେଲେ ଗଣେଷ ଚନ୍ଦ୍ର ପହିଲ୍ (୫୫), ରବିନ୍ଦ୍ର ସାହୁ (୫୯), ଅଭିମନ୍ୟୁ ଶାହ(୩୩) ଏବଂ ଅନ୍ୟ ଜଣେ ହେଲେ ବ୍ରହ୍ମାନନ୍ଦ ପଣ୍ଡା (୫୧)।
ମିଳିଥିବା ଖବର ଅନୁଯାୟୀ, ଆଜି ସକାଳୁ ସକାଳୁ ରାଉରକେଲା ଷ୍ଟିଲପ୍ଲାଣ୍ଟର କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ହୋଇଥିଲା। ପ୍ରଥମେ ୧୦ କର୍ମଚାରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ IGHରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା। ହେଲେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ତେବେ କେଉଁ କାରଣରୁ ଗ୍ୟାସ ଲିକ୍ ହୋଇଥିଲା ଏବଂ କେତେ ଜଣ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ୍ ହୋଇଥିଲା ଯେଉଁଠି ପ୍ଲାଣ୍ଟର ଅନେକ କର୍ମଚାରୀ କାମ କରୁଥିଲେ। ଏହି ଖବରକୁ ନେଇ ପ୍ଲାଣ୍ଟ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rsp_1626162103.jpg)