Advertisment

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍।  ମନ୍ତ୍ରୀ ପରିଷଦର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ୍ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁପାରେ । ବଜେଟ୍‌ରେ ମୁଖ୍ୟତଃ ଫନି ପରବର୍ତ୍ତି ପୁନଉଦ୍ଧାର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ତାହା ସହିତ ନିର୍ବାଚନରେ ନବୀନ ସରକାର ପାଇଁ ଗେମ୍‌ଚେଞ୍ଜର ହୋଇଥିବା କାଳିଆ, ମଶନ ଶକ୍ତି ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି । ତେବେ ରାଜ୍ୟର […]

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

1

Advertisment

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍।  ମନ୍ତ୍ରୀ ପରିଷଦର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ୍ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁପାରେ । ବଜେଟ୍‌ରେ ମୁଖ୍ୟତଃ ଫନି ପରବର୍ତ୍ତି ପୁନଉଦ୍ଧାର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ତାହା ସହିତ ନିର୍ବାଚନରେ ନବୀନ ସରକାର ପାଇଁ ଗେମ୍‌ଚେଞ୍ଜର ହୋଇଥିବା କାଳିଆ, ମଶନ ଶକ୍ତି ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି । ତେବେ ରାଜ୍ୟର ଋଣ ଭାର ବଢୁଥିବା ବେଳେ ସରକାର ବଜେଟ୍‌କୁ ସମତୁଲ କରିବା ଓ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଚ୍ୟାଲଂଜ ହେବ ବୋଲି କୁହାଯାଉଛି।

Advertisment

ଅର୍ଥମନ୍ତ୍ରୀଙ୍କ  ନିରଞ୍ଜନ ପୂଜାରୀ କାଲି ଆଗତ କରିବାକୁ ଥିବା ବଜେଟର କ’ଣ ହେବ ରୂପରେଖ, କେଉଁ କ୍ଷେତ୍ର ଉପରେ ରହିବ ଫୋକସ, କାହାକୁ  ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ ଏବେ ତା ଉପରେ ନଜର । ତେବେ ବାତ୍ୟା ଫନି ପରବର୍ତ୍ତି ଥଇଥାନ ଓ ପୁନରୁଦ୍ଧାର କାମ ଫୋକସରେ ରହିବା ଆଶା କରାଯାଉଛି।  କାରଣ  ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଥିବା ବେଳେ ସ୍କୁଲ ବିଲଡିଂକୁ ବ୍ୟାପକ କ୍ଷତି ହୋଇଛି। ସେହିପରି ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି ସଂପୂର୍ଣ୍ଣ ଭୁଶୁଡି ପଡିଛି । ତେଣୁ  ପଞ୍ଚାୟତି ରାଜ୍, ସ୍କୁଲ ଗଣଶିକ୍ଷା ଓ ଶକ୍ତି ବିଭାଗ ଲାଗି ଅଧିକ ବ୍ୟୟବରାଦ ହୋଇପାରେ । ସେପଟେ ନିର୍ବାଚନ ଜିତ୍‌ର ପ୍ରମୁଖ ଅସ୍ତ୍ର ସାଜିଥିବା କାଳିଆ ଓ ମିଶନ ଶକ୍ତି ପାଇଁ ମଧ୍ୟ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଥିବାରୁ ଅତିରିକ୍ତ ୩ହଜାର ୨ଶହ ୩୪କୋଟି ଟଙ୍କା ଆବଶ୍ୟକ ହେବ। ସରକାରୀ ସ୍ତରରେ ବ୍ୟବସାୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲାଗି ୧ ହଜାର କୋଟି ବ୍ୟୟବରାଦ ରଖାଯାଇଛି । ଏଥିସହିତ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇବା ପାଇଁ ମଧ୍ୟ ସରକାର ଅର୍ଥ ବ୍ୟବସ୍ଥା କରିବେ। ମନ୍ତ୍ରୀପରିଷଦ ଅନୁମୋଦନ ଅନୁଯାୟୀ ଏଥର ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା ରହିଛି।

ସରକାରଙ୍କ ପାଇଁ ଆଶ୍ୱସ୍ତୀକର ବିଷୟ ହେଉଛି, ଗତବର୍ଷ ତୁଳନାରେ ଏ ପର୍ଯ୍ୟନ୍ତ ରାଜ୍ୟର ରାଜସ୍ୱ ଆଦାୟ ପରିମାଣ ୧୯ ପ୍ରତିଶତ ବଢିଛି । ତେବେ ରାଜ୍ୟରେ ମୋଟ ଋଣ ଭାର ୮୭ ହଜାର କୋଟି ଟପିଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ୧ ଲକ୍ଷ ୩ହଜାର କୋଟି ଡେଇଁବ ବୋଲି ଆକଳନ କରାଯାଉଛି । ଏହା ଆଗାମୀ ଦିନରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

Advertisment

ପୂର୍ବରୁ କେନ୍ଦ୍ର ବଜେଟ୍ ପରେ ରାଜ୍ୟ ସରକାର ବଜେଟ୍ ଆଣୁଥିଲେ । ଫଳରେ କେତେ କେନ୍ଦ୍ରୀୟ ଅନୁଦାନ ମିଳିବ ତାର ରୂପରେଖ ମିଳିପାରୁଥିଲା। ତେବେ ଏଥର ରାଜ୍ୟ ବଜେଟ୍ ଆଗ ଆସୁଥିବାରୁ କେନ୍ଦ୍ରୀୟ ଯୋଜନା ଓ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟକୁ କେଉଁ ସ୍କିମ୍‌ରେ କେତେ ଅନୁଦାନ ମିଳିବ ତାହା ସ୍ପଷ୍ଟ ହୋଇ ନ ଥିବାରୁ ସରକାରଙ୍କୁ ଅଡୁଆ ହେବ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ