electric
ଭୁବନେଶ୍ୱର: ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ଆହ୍ୱାନ କରାଯାଇଛି। ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ କରାଯାଇଛି।
କରୋନା ପରି ମହାମାରୀ ସମୟରେ ଲୋକଙ୍କ ଜୀବନ, ଜୀବିକା ବିପନ୍ନ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଉପରେ ପଡ଼ିଛି ବିଦ୍ୟୁତ୍ ଛାଟ।
ଲକ୍ଡାଉନ୍ ସମୟରେ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪ କୋଟିର ରିହାତି ପ୍ରଦାନ କରାଯିବା ସତ୍ତ୍ୱେ ରାଜ୍ୟରେ ବଢ଼ିଛି ବିଦ୍ୟୁତ୍ ଶୁଳ୍କ । ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/electric_1625201762.jpg)