Advertisment

ଆସନ୍ତାକାଲି ବାଲିଯାତ୍ରା ଉପର ପଡ଼ିଆରେ ରସଗୋଲା ମହୋତ୍ସବ

ଭୁବନେଶ୍ୱର : ଜାନୁଆରୀ ୧୫ ତାରିଖରେ ରସଗୋଲା ମହୋତ୍ସବ । ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ।  ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ତଥା ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ […]

author-image
Pradesh Pratyush
ଆସନ୍ତାକାଲି ବାଲିଯାତ୍ରା ଉପର ପଡ଼ିଆରେ ରସଗୋଲା ମହୋତ୍ସବ

rasogola

ଭୁବନେଶ୍ୱର : ଜାନୁଆରୀ ୧୫ ତାରିଖରେ ରସଗୋଲା ମହୋତ୍ସବ । ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ରସଗୋଲା ମହୋତ୍ସବ୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ।  ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ।

Advertisment

ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ତଥା ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ ଭାଗ ନେବେ। ଏଥିରେ ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ାରେ ରସାବଳି, ଭଦ୍ରକର ପାଳୁଅ ଲଡ଼ୁ, ନୟାଗଡ଼ର ଛେନାପୋଡ଼, ଟାଙ୍ଗିର ଛେନା କାକରା, ପୁରୀର କ୍ଷୀରି, ନିମାପଡ଼ାର ଝିଲ୍ଲୀ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସ୍ଥାନର ମିଠା ସାମଗ୍ରୀର ପସରା ମେଲିବ। ତା ସାଙ୍ଗକୁ ମିଠା ମିଠା ସଙ୍ଗୀତର ଆସର ବି ଜମିବ।

Advertisment
Advertisment