Advertisment

କାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ: ଆକାଶ ମାର୍ଗରୁ ୟାସ୍‌ ପ୍ରଭାବିତ ଅଂଚଳ ବୁଲି ଦେଖିବେ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଯାସ୍‌ର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି। ସୂଚନା ଅନୁସାରେ, ମୋଦି ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାର ସମୀକ୍ଷା କରିବେ. ପରେ ବାତ୍ୟା ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି

କାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ: ଆକାଶ ମାର୍ଗରୁ ୟାସ୍‌ ପ୍ରଭାବିତ ଅଂଚଳ ବୁଲି ଦେଖିବେ

Modi

Advertisment
  • କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
  • କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ବାତ୍ୟା କ୍ଷୟକ୍ଷତି ସଂପର୍କରେ ସମୀକ୍ଷା ପାଇଁ ଆସିବେ
  • ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
  • ପରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିବେ
  • କ୍ଷତିଗ୍ରସ୍ତ ବାଲେଶ୍ୱର, ଭଦ୍ରକ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ
  • ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଞ୍ଚଳ ମଧ୍ୟ ବୁଲି ଦେଖିବେ
  • ପରେ ପଶ୍ଚିମବଙ୍ଗରେ ମଧ୍ୟ ସମୀକ୍ଷା ବୈଠକରେ ଯୋଗଦେବେ
Advertisment

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଯାସ୍‌ର କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି। ସୂଚନା ଅନୁସାରେ, ମୋଦି ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ବାତ୍ୟାର ସମୀକ୍ଷା କରିବେ. ପରେ ବାତ୍ୟା ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆକାଶ ମାର୍ଗରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ଦେଖିବେ। କ୍ଷତିଗ୍ରସ୍ତ ବାଲେଶ୍ୱର, ଭଦ୍ରକ ଅଞ୍ଚଳକୁ ଆକାଶ ମାର୍ଗରୁ ଦେଖିବେ ମୋଦି। କେବଳ ଏତିକି ନୁହେଁ ବରଂ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଅଞ୍ଚଳ ମଧ୍ୟ ବୁଲି ଦେଖିବେ ପ୍ରଧାନମନ୍ତ୍ରୀ। ପରେ ପଶ୍ଚିମବଙ୍ଗରେ ମଧ୍ୟ ସମୀକ୍ଷା ବୈଠକରେ ଯୋଗ ଦେବେ ମୋଦି।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ସେପଟେ, ଆକାଶ ମାର୍ଗରୁ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ ସର୍ଭେ ଦ୍ୱାରା ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ୟାସ୍ ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାର ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Advertisment

କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କଣ ସବୁ କ୍ଷୟକ୍ଷତି ହୋଇଛି ଆକାଶ ମାର୍ଗରୁ ତାର ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ବାତ୍ୟା କ୍ଷୟକ୍ଷତିକୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର ଜିଲ୍ଲାର ୮୪ ଓ ଭଦ୍ରକ ଜିଲ୍ଲାର ୪୮ ଗାଁକୁ ମିଶାଇ ପ୍ରାୟ ୧୨୮ ଗାଁ ବାତ୍ୟା ୟାସ୍ ଯୋଗୁଁ ପ୍ରଭାବିତ ହୋଇଥିବା କୁହାଯାଉଛି ।

ସୂଚନାଥାଉ କି, ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ବୈତରଣୀରେ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଉଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟାରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଉଛି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏବଂ ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଖରା ଦିନରେ ପାଣି ବଢୁଥିବାରୁ ବେଶି ବିପଦ ଆଶଙ୍କା କରାଯାଉନି।ୱ

Advertisment
Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ