Advertisment

ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍

ସାଲେପୁର(ମନୋଜ ଆଚାର୍ଯ୍ୟ ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍ । ହିତାଧିକାରୀ ଜାଣୁନି, କାଗଜପତ୍ରରେ ଟଙ୍କା ହଡ଼ପ୍ ହେଉଛି। କଟକ ମାହାଙ୍ଗାରୁ ଆସିଛି ଏଭଳି ଅଭିଯୋଗ । ତେଣେ ସରକାରୀ ଦସ୍ତାବିଜ୍‌ରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଥିବା ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବି ସନ୍ଦେହ ପ୍ରକାଶ କଲେଣି ବିରୋଧୀ। ପରିଣତ ବୟସ ଯୋଗୁଁ ଚାଲବୁଲ କରିବାକୁ ବଳ ପାଉନି । ସେଥିରେ କିନ୍ତୁ ନିତି ବାଡ଼ି ପଛକୁ ଶୌଚ ପାଇଁ ଯାଉଛନ୍ତି ମାହାଙ୍ଗା ହଳଦିଆ ଗ୍ରାମପଂଚାୟତ ଲକ୍ଷ୍ମୀନାରାୟଣପୁର […]

ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍

22_02_2018-toilet

Advertisment

ସାଲେପୁର(ମନୋଜ ଆଚାର୍ଯ୍ୟ ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍ । ହିତାଧିକାରୀ ଜାଣୁନି, କାଗଜପତ୍ରରେ ଟଙ୍କା ହଡ଼ପ୍ ହେଉଛି। କଟକ ମାହାଙ୍ଗାରୁ ଆସିଛି ଏଭଳି ଅଭିଯୋଗ । ତେଣେ ସରକାରୀ ଦସ୍ତାବିଜ୍‌ରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଥିବା ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବି ସନ୍ଦେହ ପ୍ରକାଶ କଲେଣି ବିରୋଧୀ।

Advertisment

ପରିଣତ ବୟସ ଯୋଗୁଁ ଚାଲବୁଲ କରିବାକୁ ବଳ ପାଉନି । ସେଥିରେ କିନ୍ତୁ ନିତି ବାଡ଼ି ପଛକୁ ଶୌଚ ପାଇଁ ଯାଉଛନ୍ତି ମାହାଙ୍ଗା ହଳଦିଆ ଗ୍ରାମପଂଚାୟତ ଲକ୍ଷ୍ମୀନାରାୟଣପୁର ଗାଁର ମଧୁସୂଦନ ବେହେରା । ତାଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନାଟିଏ ମିଳିଛି, ହେଲେ କାଗଜପତ୍ରରେ ତାଙ୍କ ନାଁରେ ଟଙ୍କା ଆସି ଗାଏବ।

publive-imageଠିକ୍ ସେମିତି ତାଲିକାର ୯୪୮ ନମ୍ବରରେ ଅଛନ୍ତି ସେହି ଗାଁର ବାବାଜି ଚରଣ ରାଉତ।  ତାଙ୍କ ଘରେ ପାଇଖାନାର ନାଁ ଗନ୍ଧ ନାହିଁ, ହେଲେ ତାଙ୍କ ନାମର ବିଲ ପାସ ହୋଇଯାଇଛି। ଖାଲି ସେତିକି ନୁହେଁ, ଗାଁର ରୀନା ବେହେରା ୨୦୧୬ ମସିହାରେ ପାଇଖାନା ବାବଦକୁ ଟଙ୍କା ପାଇ ସାରିଥିବାବେଳେ ଏବେ ପୁଣି ଥରେ ତାଙ୍କ ନାଁରେ ବିଲ ପାସ ହୋଇଛି।

Advertisment

ସେହିପରି ପଂଚାୟତର ଇଟାମୁଣ୍ଡଳି ଗାଁର ରବୀନ୍ଦ୍ର ୨୦୧୩ ମସିହାରୁ ମୃତ୍ୟୁବରଣ କରିଥିଲେ ମଧ୍ୟ ତାଙ୍କର ବିଲପାସ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରକୃତ ହିତାଧିକାରୀ।

ତେବେ କମଳରୁ ରୁମ ବାଛିଲା ଭଳି କଟକ ଜିଲ୍ଲା ମାହାଙ୍ଗାରେ ପାଇଖାନା ଦୁର୍ନୀତିର ଅବସ୍ଥା । ହଳଦିଆ ଗ୍ରାମପଂଚାୟତର ୧୫୦ ରୁ ଉର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ନାଁରେ ବିଲ ପାସ ହୋଇଛି, ହେଲେ ବାସ୍ତବରେ ସେମାନେ ପାଇଖାନ ପାଇନାହାନ୍ତି । ସେହିପରି ଅନେକ ଲୋକଙ୍କର ପାଇଖାନା ନିର୍ମାଣ ହୋଇନାହିଁ। ହେଲେ ସେମାନଙ୍କ ନାଁରେ ବିଲ ହୋଇଯାଇଛି। ଜଣେ ଲୋକର ନାଁ ଦୁଇ ତିନିଟି ଗାଁର ହିତାଧିକାରୀ ତାଲିକାରେ ରହି ସେମାନଙ୍କ ନାଁରେ ବିଲ ପାସ ହୋଇଛି। ଏପରିକି କିଛି ଲୋକ ନିଜ ଖର୍ଚ୍ଚରେ ପାଇଖାନା କରିଛନ୍ତି, ହେଲେ ଆଦୌ ଅର୍ଥ ପୈଠ କରାଯାଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ