Advertisment

ଆଜି ଭୀଷଣ ବାତ୍ୟାର ରୂପ, କାଲି ଅତି ଭୀଷଣରେ ପରିଣତ ହେବ ୟାସ୍

ଭୁବନେଶ୍ୱର :  ପାରାଦୀପଠାରୁ ପାଖାପାଖି  ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍ । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ୟାସ ଆଜି ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ବୋଲି ଅପଡେଟ୍ ସୂଚନା ଦେଇଛନ୍ତି  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ୨୬ ତାରିଖ ଦ୍ୱିପ୍ରହରରେ ସାମୁଦ୍ରିକ ଝଡ ୟାସ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ […]

ଆଜି ଭୀଷଣ ବାତ୍ୟାର ରୂପ, କାଲି ଅତି ଭୀଷଣରେ ପରିଣତ ହେବ ୟାସ୍

cyclone yaas

Advertisment

ଭୁବନେଶ୍ୱର :  ପାରାଦୀପଠାରୁ ପାଖାପାଖି  ୫ ଶହ କିମି ଦୂରରେ ରହିଛି ବାତ୍ୟା ୟାସ୍ । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ୟାସ ଆଜି ଭୀଷଣ ବାତ୍ୟାର ରୂପ ନେବ ଏବଂ ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ବୋଲି ଅପଡେଟ୍ ସୂଚନା ଦେଇଛନ୍ତି  IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ୨୬ ତାରିଖ ଦ୍ୱିପ୍ରହରରେ ସାମୁଦ୍ରିକ ଝଡ ୟାସ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।  ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୟାସ ବାଲେଶ୍ୱର ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ । ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ ।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଏହା ବାଦ୍ ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦/୫୦ କିମି ପବନ ହେବ ବୋଲି କୁହାଯିବା ସହ ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢି ୮୦ କିମି ଛୁଇଁପାରେ ବୋଲି ସୂଚନା ରହିଛି। ୨୬ ସକାଳୁ ପବନ ବେଗ ବଢ଼ି ୧୨୦ରୁ ୧୩୦ କିମି ହେବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି । ଉପକୂଳ ଛୁଇଁଲା ବେଳକୁ ପବନ ବେଗ ସର୍ବାଧିକ ୧୫୫ରୁ ୧୮୫ ହେବ।  ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ପଡ଼ିବ। ସଂପୃକ୍ତ ୪ ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ। ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ବହିବ।

ଏହା ସହ ଦକ୍ଷିଣ ଓଡ଼ିଶାର ଗଂଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବହିବ । ଆସନ୍ତାକାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ବାତ୍ୟା ପ୍ରଭାବରେ ସମୁଦ୍ରରୁ ୨ରୁ୪ ମିଟର ଉଚ୍ଚ ଜୁଆର ଆସିବା ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଜୁଆର ସମ୍ଭାବନା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ଓ ସଂପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ବାତ୍ୟା ୟାସ୍ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନାକୁ ଦେଖି ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ୨୨ଟି NDRF ଟିମ୍, ୫୦ରୁ ଅଧିକ ଓଡ୍ରାଫ, ୧୭୫ ଫାୟାର ଟିମ୍ ମୁତୟନ ଅଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଅତିରିକ୍ତ ୩୦ଟି NDRF ଟିମ୍ ଆସି ପହଞ୍ଚିବେ । ବାତ୍ୟା ପରେ ଗଛ କାଟିବା ପାଇଁ ୩୫ଟି ଟିମ୍ ନିୟୋଜିତ ହୋଇଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ୧୬୫ଟି ସ୍ପେଶାଲାଇଜ୍ଡ ଇଂଜିନିୟରିଂ ଟିମ୍ ଗଠନ କରାଯାଇଛି, ଯେଉଁମାନେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୩ ଟିମ୍ ଗଠନ କରାଯାଇଛି। ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକମାନେ ଆସନ୍ତାକାଲି ଅପରାହ୍ନ ୨ଟାରୁ ୩ଟା ଭିତରେ ବାତ୍ୟା ଆଶ୍ରୟ ସ୍ଥଳୀକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି।

ଏହା ସହିତ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ SRCଙ୍କ ନିର୍ଦ୍ଦେଶ ରହିଛି। ପାଗକୁ ଦେଖି ବିଳମ୍ବ ନ କରି ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ କରିବା ସହ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତରଣ ଶେଷ କରିବାକୁ କହିଛନ୍ତି। ଲୋକଙ୍କ ସ୍ଥାନାନ୍ତରଣକୁ ଗୁରୁତର ସହ ନେବାକୁ ପରାମର୍ଶ । ଠିକାଦାର ଅସ୍ଥାୟୀ କ୍ୟାମ୍ପରୁ ନିର୍ମାଣ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ନିଅନ୍ତୁ। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ବୋଲି କହିଛନ୍ତି SRC।

Advertisment

ବାତ୍ୟା ୟାସ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ରେସକ୍ୟୁ ଓ ରିଲିଫ୍ ପାଇଁ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ପୂର୍ବର ପ୍ରସ୍ତୁତି ଓ ରିଲିଫ ତଦାରଖର ଦାୟିତ୍ୱ ନେବେ ବରିଷ୍ଠ ସଚିବ ହେମନ୍ତ ଶର୍ମା। ସେହିଭଳି ଜଗତସିଂହପୁର ଲାଗି ଶାଶ୍ୱତ ମିଶ୍ର ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ପାଇଁ ସଚିବ ବିଶାଳ ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରହିବେ ସୁରେଶ ବଶିଷ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ବରିଷ୍ଠ ସଚିବମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ସୂଚନା ଦିଆଯାଇଛି।

ସେହିଭଳି ୫ ଆଇପିଏସଙ୍କୁ ମଧ୍ୟ ଏହି ୫ ଜିଲ୍ଲା ପୋଲିସକୁ ସହଯୋଗ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ପାଇଁ  IPS ଜୟନାରାୟଣ ପଙ୍କଜ, ଜଗତସିଂହପୁର ପାଇଁ ଅମିତାଭ ଠାକୁର, ଭଦ୍ରକ ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ଦୀପ୍ତେଶ ପଟ୍ଟନାୟକ ଏବଂ ମୟୂରଭଞ୍ଜ ପାଇଁ ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିଭଳି ୟାସ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୫ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ୱର ପାଇଁ ଇଂ ଅନିଲକାନ୍ତ ତ୍ରିପାଠୀ, ଭଦ୍ରକ ପାଇଁ ଇଂ ପ୍ରଦୀପ କୁମାର ସାମଲ, ଜଗତସିଂହପୁର ପାଇଁ ଗୌରାଙ୍ଗ ଚରଣ ସାହୁ, କେନ୍ଦ୍ରାପଡ଼ା ପାଇଁ ଇଂ ଜୀବନାନନ୍ଦ ନାୟକ ଏବଂ ମୟୂରଭଂଜ ପାଇଁ ଇଂ ବିଭୁଦେନ୍ଦ୍ର ମେହେରଙ୍କୁ ଦାୟିତ୍ୱ ଦିଆଯାଇଛି। ଏଣେ ଦାୟିତ୍ୱ ନେବା ପରେ ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା କେନ୍ଦ୍ରାପଡ଼ା ଯାଇ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ସେପଟେ ବାତ୍ୟା ୟାସ୍ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବନ୍ଦର ସହର ପାରାଦୀପରେ ଝିପି ଝିପି ବର୍ଷା ଲାଗି ରହିଛି । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବର୍ଷା ହେଉଥିବା ଜଣାପଡିଛି।

ଅନ୍ୟପକ୍ଷରେ ବାତ୍ୟା ୟାସ ମୁକାବିଲା ପାଇଁ ପହଞ୍ଚିବାରେ ଲାଗିଛନ୍ତି ଏନଡିଆରଏଫ୍ ଟିମ୍। ଆଜି ଆଉ ୮ଟି ଟିମ୍ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଗୌହାଟୀ ଓ ଗୁଜରାଟର ଜାମନଗରରୁ ୮ଟି ଟିମରେ ମୋଟ ୨୦୦ ଜଣ ଏନଡିଆରଏଫ୍ ଯବାନ ସ୍ୱତନ୍ତ୍ର ବିମାନରେ ଆସିଛନ୍ତି। ଓଡ଼ିଶାରେ ମୋଟ ୫୨ଟି NDRF ଟିମ୍ କାର୍ଯ୍ୟ କରିବେ। ସେହିପରି ପଶ୍ଚିମବଙ୍ଗ ପାଇଁ ୩୫ଟି NDRF ଟିମ୍ ମୁତୟନ ହେବେ ବାକି ଟିମ୍ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଆଣ୍ଡାମାନ ଓ ନିକୋବର ଦାୟିତ୍ୱରେ ରହିବେ । ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଯବାନମାନଙ୍କୁ ମୁତୟନ କରାଯାଇଛି। ସେହିପରି ବାତ୍ୟା ମୁକାବିଲାରେ ସାମିଲ ହେବେ ୮୦୦ ଓଡ୍ରାଫ କର୍ମଚାରୀ।

ଏହା ବ୍ୟତିତ ବାତ୍ୟା ୟାସ ପାଇଁ ୪ଟି ବନ୍ଦର ଲାଗି ବିପଦ ସଙ୍କେତ ଜାରି କରିଛି ପାଣିପାଗ ବିଭାଗ। ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନମ୍ବର ବିପଦ ସଙ୍କେତ ଜାରିକରାଯାଇଛି । ସେହିପରି ପୁରୀ ଓ ଗୋପାଳପୁର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।

Cyclone Yass
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ