Advertisment

ସାବିତ୍ରୀ ବ୍ରତ ପାଇଁ ଚୁଲିକୁ ଗଲା ଲକଡାଉନ୍‌ ନିୟମ୍

ଆସନ୍ତାକାଲି ସାବିତ୍ରୀ ବ୍ରତ। ଏହା ପୂର୍ବରୁ କୋଭିଡ୍ କଟକଣାକୁ ଫୁ କରି ଆଜି ବଜାରରେ ଜମିଥିଲା ପ୍ରବଳ ଭିଡ଼। ମାସ୍କ ହେଉ କି ସାମାଜିକ ଦୂରତା, ସବୁ ଚୁଲିକୁ ଗଲା। ଫଳ କିଣିବା ପାଇଁ ଆଇନ ଓ କଟକଣାକୁ ଦଳିଚକଟି ନିଜ ଜୀବନକୁ ବିପଦରେ ପକାଇବାକୁ ଟିକିଏ ବି ପଛାଇଲେନି ଲୋକେ

author-image
Sarbeswar
ଅଦ୍ୟତନ ହୋଇଛି
ସାବିତ୍ରୀ ବ୍ରତ ପାଇଁ ଚୁଲିକୁ ଗଲା ଲକଡାଉନ୍‌ ନିୟମ୍

Sabtri

ଭୁବନେଶ୍ୱର: ଆସନ୍ତାକାଲି ସାବିତ୍ରୀ ବ୍ରତ। ଏହା ପୂର୍ବରୁ କୋଭିଡ୍ କଟକଣାକୁ ଫୁ କରି ଆଜି ବଜାରରେ ଜମିଥିଲା ପ୍ରବଳ ଭିଡ଼। ମାସ୍କ ହେଉ କି ସାମାଜିକ ଦୂରତା, ସବୁ ଚୁଲିକୁ ଗଲା। ଫଳ କିଣିବା ପାଇଁ ଆଇନ ଓ କଟକଣାକୁ ଦଳିଚକଟି ନିଜ ଜୀବନକୁ ବିପଦରେ ପକାଇବାକୁ ଟିକିଏ ବି ପଛାଇଲେନି ଲୋକେ। ଏପଟେ ଫଳ ମାର୍କେଟ୍‌ରେ ଦର ଆକାଶ ଛୁଆଁ ହୋଇଥିବା ସତ୍ତ୍ୱେ ଗ୍ରାହକଙ୍କ ଭିଡ଼ ଯୋଗୁ ବ୍ୟବସାୟୀ ବେଶ୍ ଦି ପଇସା ରୋଜଗାର କରିଛନ୍ତି।

Advertisment

ରାତି ପାହିଲେ ସାବିତ୍ରୀ ବ୍ରତ। ଏହା ଆଗରୁ ଫଳମୂଳ କିଣିବାକୁ ଆଜି ବଜାର ପାଲଟିଥିଲା ଜନ ସମୁଦ୍ର। ଦେହକୁ ଦେହ ଘଷି ହୋଇ ଦୋକାନ ଆଗରେ ଭିଡ଼ ଜମାଇଥିଲେ ଗ୍ରାହକ। କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ନାହିଁ। ସାମାଜିକ ଦୂରତା କଥା ନ କହିଲେ ଭଲ। କୋଭିଡ୍ ସଂକ୍ରମଣ ପ୍ରତି କାହାର ଭୟ ନାହିଁ। ଲକଡାଉନ୍‌ କଟକଣାର ଧଯ୍ୟା ଉଡ଼ାଇ ମାର୍କେଟରେ ଜମିଥିଲା ସାବିତ୍ରୀ ବ୍ରତ ପାଇଁ ସାମଗ୍ରୀ କିଣିବାକୁ ଭିଡ଼। ଭଦ୍ରକ ଜିଲ୍ଲା ବାସୁଦେବପୁରର ଏକ ମାର୍କେଟ୍‌ରେ ଦେଖିବାକୁ ମିଳିଥିଲା କିଛି ଆଶ୍ଟର୍ଯ୍ୟ କରିବା ପରି ଚିତ୍ର। ସାଇରନ୍ ବାଜୁଛି, ହେଲେ ଆମ୍ବୁଲାନ୍ସ ଯିବାକୁ ବାଟ ନାହିଁ। ଏପଟେ ସମ୍ବଲପୁରର ଗୋଲବଜାର ଓ ବାଲେଶ୍ୱରର ଫାଣ୍ଡି ଛକରେ ଥିବା ଫଳ ଓ ପରିବା ମାର୍କେଟରେ ବି ଜମିଥିଲା ନାହିିଁ ନଥିବା ଭିଡ଼। ଭୁବନେଶ୍ୱରରୁ ବ୍ରହ୍ମପୁର, କଟକରୁ ଭଦ୍ରକ ସବୁଠି ଦେଖିବାକୁ ମିଳିଛି ଏକାପ୍ରକାର ଚିତ୍ର।

ସାବ୍ରିତ୍ରୀ ବ୍ରତ ପାଇଁ ବଜାରରେ ଯେତିକି ଭିଡ଼, ଫଳ ଦର ବି ଥିଲା ସେତିକି ଉଚ୍ଚା ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ଆଜି ଆମ୍ବ କିଲୋ ପ୍ରତି ୮୦ରୁ ୧୫୦ ଟଙ୍କା ଥିବା ବେଳେ ପଣସ ଗୋଟା ୨ଶହରୁ ୨୫୦, ଲିଚୁ କିଲୋ ୩ଶହ ଓ କଦଳୀ ଡର୍ଜନ ୮୦ରୁ ୧୩୦ ଟଙ୍କା। ସେହିପରି କଟକରେ ସେଓ କିଲୋ ୨୫୦, କମଳା ୧୫୦, ନାସପାତି ୩ଶହ, ଅଙ୍ଗୁର ୨ ଶହ ଟଙ୍କା ଥିଲା। ସେପଟେ, ରାଉରକେଲାରେ ସେଓ କିଲୋ ୩ଶହରୁ ୪ଶହ, କଦଳୀ ଡର୍ଜନ ୭୦ରୁ ୧୨୦ଟଙ୍କା, ଡାଳିମ୍ବ କିଲୋ ୩ଶହ ଓ ଅଙ୍ଗୁର କିଲୋ ୨ଶହ ଟଙ୍କା ରିହିଥିଲା। ତେବେ ବ୍ୟବସାୟୀ କହିଛନ୍ତି, ଦିନ ୧୧ଟା ବଦଳରେ ଆଜି ବେପାର ପାଇଁ ଆଉ ଟିକିଏ ସମୟ ମିଳିଥିଲେ ଭଲ ହୋଇଥାନ୍ତା। ସେ ଯାହା ବି ହେଉ କରୋନା ସଂକ୍ରମଣକୁ ରୋକିବାକୁ ସରକାର ଲକଡାଉନ୍‌ କରିଛନ୍ତି। ଆଉ ଆଜି ତାହାର ପୂରା ଉଲଙ୍ଘନ ହୋଇଥିବା ଦେଖାଯାଇଥିଲା। ଆଉ ପ୍ରଶାସନ ସବୁ ଦେଖି ଚୁପ୍‌ ବସିଥିବା ମନେ ହେଉଥିଲା।

Advertisment
Advertisment
Advertisment