Advertisment

ଆଜି ବେଶ ଜମିବ ବାଲିଯାତ୍ରାର ଆସର ; ଗୀତ ପରିବେଷଣ କରିବେ ବଲିଉଡି କଣ୍ଠଶିଳ୍ପୀ କେକେ

କଟକ  : କଟକ ବାଲିଯାତ୍ରାରେ ବଲିଉଡ କଣ୍ଠଶିଳ୍ପୀ କେକେ । ଦଲେର ମେହେନ୍ଦି ଓ ସୋନା ମହାପାତ୍ରଙ୍କ ଦମଦାର ପ୍ରଦର୍ଶନ ପରେ ଆଜି ସଂଗୀତ ପରିବେଷଣ କରିବେ କେକେ । ବାଲିଯାତ୍ରା ମଂଚରେ ଗୀତ ପରିବେଷଣ କରିବା ପାଇଁ ସେ ବେଶ ଉତ୍ସାହିତ ବୋଲି କହିଛନ୍ତି। କେକେ ପୂର୍ବରୁ ବାଲିଯାତ୍ରାରେ କେବେ ସଂଗୀତ ପରିବେଷଣ କରିନଥିବାବେଳେ ଏହା ବିଷୟରେ ସେ ଅନେକ କିଛି ଶୁଣିଛନ୍ତି ବୋଲି କହିଛନ୍ତି।  ଏଥର ସୁଯୋଗ ପାଇଥିବାରୁ କେକେ ବେଶ୍‌ ଖୁସିଅଛନ୍ତି। ଉଲ୍ଲେଖନୀୟ […]

author-image
Pradesh Pratyush
ଆଜି ବେଶ ଜମିବ ବାଲିଯାତ୍ରାର ଆସର ; ଗୀତ ପରିବେଷଣ କରିବେ ବଲିଉଡି କଣ୍ଠଶିଳ୍ପୀ କେକେ

kk

କଟକ  : କଟକ ବାଲିଯାତ୍ରାରେ ବଲିଉଡ କଣ୍ଠଶିଳ୍ପୀ କେକେ । ଦଲେର ମେହେନ୍ଦି ଓ ସୋନା ମହାପାତ୍ରଙ୍କ ଦମଦାର ପ୍ରଦର୍ଶନ ପରେ ଆଜି ସଂଗୀତ ପରିବେଷଣ କରିବେ କେକେ ।

Advertisment

ବାଲିଯାତ୍ରା ମଂଚରେ ଗୀତ ପରିବେଷଣ କରିବା ପାଇଁ ସେ ବେଶ ଉତ୍ସାହିତ ବୋଲି କହିଛନ୍ତି। କେକେ ପୂର୍ବରୁ ବାଲିଯାତ୍ରାରେ କେବେ ସଂଗୀତ ପରିବେଷଣ କରିନଥିବାବେଳେ ଏହା ବିଷୟରେ ସେ ଅନେକ କିଛି ଶୁଣିଛନ୍ତି ବୋଲି କହିଛନ୍ତି।  ଏଥର ସୁଯୋଗ ପାଇଥିବାରୁ କେକେ ବେଶ୍‌ ଖୁସିଅଛନ୍ତି।

ଉଲ୍ଲେଖନୀୟ ଯେ, ଆଜି ବାଲିଯାତ୍ରାର ଅଷ୍ଟମ ଦିନ । ବୁଲାବୁଲି ସାଙ୍ଗୁକ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ଗତକାଲି ସପ୍ତମ ଦିନରେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଲକ୍ଷାଧିକ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ ।  ବୈଷ୍ଣବ ପାଣି ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ଓଲିଉଡି କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ଓ ହ୍ୟୁମାନ ସାଗର ଅନେକ ଓ଼ଡ଼ିଆ ଗୀତ ପରିବେଷଣ କରିଥିଲେ।   ଦର୍ଶକ ଏହି ଦୁଇ କଣ୍ଠଶିଳ୍ପୀଙ୍କ ଗୀତକୁ ବେଶ ଉପଭୋଗ କରିଥିଲେ।

Advertisment

ଆସନ୍ତା କାଲି ଶେଷ ହେବ ବାଲିଯାତ୍ରା । ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଥର ବାଲିଯାତ୍ରାକୁ ନିଆରା କରିବାକୁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି।

Advertisment
Advertisment