tinder app
ଭୁବନେଶ୍ୱର : ଟିଣ୍ଡର ଆପ୍ରେ ଡାର୍ଟି ଡେଟିଂ ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସହ ୪ଜଣଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ। ହେଲେ ସଂପୃକ୍ତ ଯୁବତୀଙ୍କୁ ୪୧ ସିଆରପିସିରେ ନୋଟିସ୍ କରି ଛାଡ଼ି ଦେଇଛି ପୁଲିସ। ତାସହ ଆଜି କୋର୍ଟରେ ଯୁବତୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ ୩ଜଣ ପୁରୁଷ ବନ୍ଧୁଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଅପହରଣ, ଲୁଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ଲାଗିଛି। ପରସ୍ପର ବିରୋଧୀ ଅଭିଯୋଗରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଯୁବତୀଙ୍କୁ ଛାଡ଼ିଦେଇଛି ପୁଲିସ। ଡେଟିଂ ଆପ୍ ଜରିଆରେ ଉଭୟ ଯୁବକ ଯୁବତୀଙ୍କ ଦେଖା ସାକ୍ଷାତ ଆଉ ତାପରେ ଗଢ଼ିଉଠିଥିଲା ଶାରୀରିକ ସମ୍ପର୍କ।
ଏହାର ଦିନକ ପରେ ଅପହରଣ ଓ ଲୁଟ୍ ସହ ବ୍ଲାକମେଲିଂର ଶୀକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ସଂପୃକ୍ତ ଯୁବକ। ଏହାର କିଛି ସମୟ ପରେ ଯୁବତୀ ଥାନାକୁ ଆସି ବିନା ଅନୁମତିରେ ଶାରୀରିକ ସମ୍ପର୍କ ସହ ଭିଡ଼ିଓ ସୁଟ୍ କରିଥିବାନେଇ ଯୁବକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tinder-app_1626689937.jpg)