Advertisment

Tight Security for OTET Examination: ଆଜି OTET: CCTV ସ୍କାନରରେ ସମସ୍ତ ପରୀକ୍ଷା କେନ୍ଦ୍ର

ଆଜି OTET ପରୀକ୍ଷା। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା। CCTV ସ୍କାନରରେ ସମସ୍ତ ପରୀକ୍ଷା କେନ୍ଦ୍ର। ମୋଟ୍ ୪୫୨ଟି ସେଣ୍ଟର, ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ।

OTET

OTET Photograph: (OTV)

Advertisment

ଆଜି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ-OTET। ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ବିଶୃଙ୍ଖଳା ଏଡାଇବାକୁ ସିସିଟିଭି ସ୍କାନରରେ ରହିଛି ସମସ୍ତ ପରୀକ୍ଷା କେନ୍ଦ୍ର। ମୋଟ୍ ୪୫୨ଟି ସେଣ୍ଟରରେ ପରୀକ୍ଷା ଦେବେ ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ। ସମସ୍ତ କେନ୍ଦ୍ରରେ ପ୍ରଶ୍ନ ପତ୍ର ସୁରକ୍ଷିତ ଭାବରେ ପହଞ୍ଚି ସାରିଛି। 

Advertisment

ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ରୁ ସାଢେ ୧୧ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ନ ସାଢେ ଗୋଟିଏରୁ ୪ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି ବୋର୍ଡ। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ଅପରାହ୍ନ ସାଢେ ୪ଟା ଯାଏ ଚାଲିଥାଏ। ଯାହା ଦ୍ବିତୀୟ ସିଟିଂକୁ ଅଧଘଣ୍ଟା ଆଗୁଆ ଆରମ୍ଭ କରାଯିବ। ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

•    ଆଜି OTET
•    ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା 
•    CCTV ସ୍କାନରରେ ସମସ୍ତ ପରୀକ୍ଷା କେନ୍ଦ୍ର
•    ମୋଟ୍ ୪୫୨ଟି ସେଣ୍ଟର, ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ
•    ଦୁଇଟି ସିଟିଂରେ ପରୀକ୍ଷା ହେବ
•    ସକାଳ ୯ରୁ ସାଢେ ୧୧ଟା ପ୍ରଥମ ସିଟିଂ ପରୀକ୍ଷା
•    ଅପରାହ୍ନ ସାଢେ ଗୋଟିଏରୁ ୪ଟା ଦ୍ୱିତୀୟ ସିଟିଂ ପରୀକ୍ଷା

Advertisment
OTET
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ