Advertisment

ଝଡ଼ତୋଫାନ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କଲବଲ କରିଥିଲା ଗରମ। ରାଜଧାନୀ ଭୁବନେଶ୍ୱରର ଆକାଶ ଆଂଶିକ ମେଘୁଆ ଥିଲେ ବି ଗୁଳୁଗୁଳି ଅନୁଭୁତ ହୋଇଥିଲା। ଗତକାଲି ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅନ୍ୟପକ୍ଷେ, ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୩ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହି ୩ ଜିଲ୍ଲା ହେଲା- ଖୋର୍ଦ୍ଧା, ନୟାଗଡ଼ ଓ […]

ଝଡ଼ତୋଫାନ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ସତର୍କ ସୂଚନା

lightning

Advertisment

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କଲବଲ କରିଥିଲା ଗରମ। ରାଜଧାନୀ ଭୁବନେଶ୍ୱରର ଆକାଶ ଆଂଶିକ ମେଘୁଆ ଥିଲେ ବି ଗୁଳୁଗୁଳି ଅନୁଭୁତ ହୋଇଥିଲା। ଗତକାଲି ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

Advertisment

ଅନ୍ୟପକ୍ଷେ, ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ୩ ଜିଲ୍ଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହି ୩ ଜିଲ୍ଲା ହେଲା- ଖୋର୍ଦ୍ଧା, ନୟାଗଡ଼ ଓ କଟକ। ସେହିପରି ଉପକୂଳ ଓଡ଼ିଶାର ୬ ଜିଲ୍ଲା ପାଇଁ ଝଡ଼ତୋଫାନ ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ। ମାର୍ଚ୍ଚ ୨୮ ତାରିଖ ସକାଳ ସାଢ଼େ ୮ଟାରୁ ମାର୍ଚ୍ଚ ୨୯ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ଝଡ଼ତୋଫାନ ଓ ବଜ୍ରପାତ ନେଇ ମାର୍ଚ୍ଚ ୨୯ ତାରିଖ ସକାଳ ସାଢ଼େ ୮ଟାରୁ ମାର୍ଚ୍ଚ ୩୦ ତାରିଖ ସକାଳ ସାଢ଼େ ୮ଟା ଯାଏ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Advertisment
Weather Forecast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ