aged
ସୋର: ଅସହାୟ ବୃଦ୍ଧଙ୍କର ତିନି ପୁଅ ଓ ତିନି ଝିଅ ଅଛନ୍ତି। ହେଲେ ସେ କିନ୍ତୁ ନିଶ୍ୱ। ବୃଦ୍ଧ ଜଣଙ୍କ ପୁଅ ବୋହୂ ଓ ନାତି ନାତୁଣୀଙ୍କ ଗହଣରେ ରହିବା ବଦଳରେ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଛନ୍ତି। ଏହି ବୃଦ୍ଧଙ୍କ ନାଁ ହେଉଛି ବାଞ୍ଛାନିଧି ବେହେରା। ବାଲେଶ୍ୱର ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ ତାଙ୍କ ଘର।
ଏ ଜରାଜୀର୍ଣ୍ଣ ଅବସ୍ଥାରେ ତାଙ୍କ ସେବା ସୁଶ୍ରୁଷା ତ ଦୂରର କଥା ତାଙ୍କୁ ରହିବାକୁ ଆଶ୍ରୟସ୍ଥଳ ଟିଏ ବି ଦେଇ ନାହାନ୍ତି ତାଙ୍କ ଜନ୍ମକଲା ତିନି ପୁଅ।
ଫଳରେ ବୃଦ୍ଧ ଜଣକ ମାଗିଯାଚି ଖାଉଥିବା ବେଳେ ଗତକାଲିଠାରୁ ଗାଁ ମୁଣ୍ଡ ରାସ୍ତା କଡ଼ରେ ପଡ଼ିଥିଲେ। ଖବର ପାଇ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ପଠାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/aged_1626695975.jpg)