Students Missing Photograph: (OTV)
ସ୍କୁଲ ପରିସରରୁ ତିନି ଛାତ୍ରୀ ନିଖୋଜ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପଢେଇଗୁଡା ଆଶ୍ରମ ବିଦ୍ୟାଳୟରୁ ୩ ଜଣ ଛାତ୍ୟା ନିଖୋଜ ହୋଇ ଯାଇଛନ୍ତି। ଏ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।
ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ ପଡୁଥିଲେ। ଖ୍ରୀଷ୍ଟମାସ ଛୁଟିରେ ଘରକୁ ଯାଇଥିଲେ। ଛୁଟି ସରିବା ପରେ ଗତ କାଲି ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଅଭିଭାବକ ଛାତ୍ରୀମାନଙ୍କୁ ବିଦ୍ୟାଳୟରେ ଛାଡି ଯାଇଥିଲେ। ଅପରାହ୍ନ ୪ଟା ବେଳେ ବିଦ୍ୟାଳୟରୁ ଏହି ତିନି ଛାତ୍ରୀ ନିଖୋଜ ଥିବା ନେଇ ବିଦ୍ୟାଳୟ ପକ୍ଷରୁ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା।
ଖବର ପାଇ ତିନି ଛାତ୍ରୀଙ୍କ ଅଭିଭାବକ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ବିଦ୍ୟାଳୟରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି।
ସ୍କୁଲ ପରିସରରୁ ୩ ଛାତ୍ରୀ ନିଖୋଜ
ଜୟପୁର: ବୋରିଗୁମ୍ମା ପଢ଼େଇଗୁଡ଼ା ଆଶ୍ରମ ବିଦ୍ୟାଳୟର ୩ ଛାତ୍ରୀ ନିଖୋଜ
ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ ହୋଇଥିବା ପରିବାରର ଅଭିଯୋଗ
କାଲି ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟରେ ଛାଡ଼ି ଯାଇଥିଲେ
ଏହାପରେ ୩ ଛାତ୍ରୀ ନିଖୋଜ ନେଇ କର୍ତ୍ତୃପକ୍ଷ ପରିବାରକୁ ଜଣାଇଥିଲେ
ବୋରିଗୁମ୍ମା ଥାନାରେ ପରିବାରର ଅଭିଯୋଗ ପରେ ପୋଲିସର ଛାନ୍ ଭିନ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/students-missing-2026-01-10-09-34-01.jpg)