Advertisment

ଓଡ଼ିଶାର ୩ ଜଣଙ୍କୁ ମିଳିଲା ପଦ୍ମଶ୍ରୀ

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି। କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି […]

ଓଡ଼ିଶାର ୩ ଜଣଙ୍କୁ ମିଳିଲା ପଦ୍ମଶ୍ରୀ

delhi

Advertisment

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଓ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ମିଳିଥିବା ବେଳେ କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି।

Advertisment

କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି ଚାଷ ପାଇଁ ପାଣି ଯୋଗାଇ ସଫଳତା ପାଇଥିଲେ। ସେହିପରି ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରି ପ୍ରଶଂସା ସାଉଁଣ୍ଟିଥିଲେ କୋରାପୁଟର କମଳା ପୂଜାରୀ ଏବଂ ଚା’ ଦୋକାନ ଟଙ୍କାରେ ବସ୍ତି ପିଲାଙ୍କୁ ପାଠ ପଢ଼ାଇ କଟକର ଡି. ପ୍ରକାଶ ରାଓ ମହନୀୟତା ଦେଖାଇଛନ୍ତି।

ଏମାନଙ୍କ ବ୍ୟତୀତ କ୍ରିକେଟର୍ ଗୌତମ୍ ଗମ୍ଭୀର ଓ ଫୁଟବଲ୍ ଖେଳାଳି ସୁନୀଲ ଛେତ୍ରୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।  ଚଳିତ ବର୍ଷ ମୋଟ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ