Advertisment

୭ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର: ବିଜେପି, କଂଗ୍ରେସ ଓ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ୭ଟି ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ନେଇ ସ୍ପଷ୍ଟ ହୋଇଛି। କଳାହାଣ୍ଡି ଆସନରେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିର ବସନ୍ତ ପଣ୍ଡା ଓ କଂଗ୍ରେସର ଭକ୍ତଚରଣ ଦାସଙ୍କ ମଧ୍ୟରେ ଲଢ଼େଇ ହେବ। ନବରଙ୍ଗପୁରରେ ବିଜେଡିର ରମେଶ ମାଝୀ, ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀଙ୍କ ମଧ୍ୟରେ ଲଢ଼େଇ ହେବ। ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିର ଚନ୍ଦ୍ରଶେଖର ସାହୁ, ବିଜେପିର […]

୭ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ

loksabha

Advertisment

ଭୁବନେଶ୍ୱର: ବିଜେପି, କଂଗ୍ରେସ ଓ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ୭ଟି ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ନେଇ ସ୍ପଷ୍ଟ ହୋଇଛି।

Advertisment

କଳାହାଣ୍ଡି ଆସନରେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିର ବସନ୍ତ ପଣ୍ଡା ଓ କଂଗ୍ରେସର ଭକ୍ତଚରଣ ଦାସଙ୍କ ମଧ୍ୟରେ ଲଢ଼େଇ ହେବ। ନବରଙ୍ଗପୁରରେ ବିଜେଡିର ରମେଶ ମାଝୀ, ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀଙ୍କ ମଧ୍ୟରେ ଲଢ଼େଇ ହେବ।

ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିର ଚନ୍ଦ୍ରଶେଖର ସାହୁ, ବିଜେପିର ଭୃଗୁ ବକ୍ସିପାତ୍ର ଓ କଂଗ୍ରେସର ଭି. ଚନ୍ଦ୍ରଶେଖର ନାଇଡୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।

Advertisment

କୋରାପୁଟରେ ବିଜେଡିର କୌଶଲ୍ୟା ହିକ୍‌କା, ବିଜେପିର ଜୟରାମ ପାଙ୍ଗୀ ଓ କଂଗ୍ରେସର ସପ୍ତଗିରି ଉଲ୍ଲାକା ମଧ୍ୟରେ ଲଢ଼େଇ ହେବ।

ବରଗଡ଼ ଲୋକସଭାରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ବିଜେପିର ସୁରେଶ ପୂଜାରୀ ଓ କଂଗ୍ରେସର ପ୍ରଦୀପ କୁମାର ଦେବତାଙ୍କ ମଧ୍ୟରେ ଲଢ଼େଇ ହେବ।

Advertisment

ସୁନ୍ଦରଗଡ଼ରେ ବିଜେଡିର ସୁନୀତା ବିଶ୍ୱାଳ, ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କିଙ୍କ ମଧ୍ୟରେ ଲଢ଼େଇ ହେବ। ।

ବଲାଙ୍ଗିରରେ ବିଜେଡିର କଳିକେଶ ସିଂଦେଓ, ବିଜେପିର ସଂଗୀତା ସିଂଦେଓ ଓ କଂଗ୍ରେସର ସମରେନ୍ଦ୍ର ମିଶ୍ରଙ୍କ ମଧ୍ୟରେ ଲଢ଼େଇ ହେବ।

କନ୍ଧମାଳ ଲୋକସଭା ଆସନ ପାଇଁ ଅଚ୍ୟୁତ ସାମନ୍ତ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ବିଜେପିର ପ୍ରାର୍ଥୀ ଘୋଷଣା ହୋଇ ନଥିବା ବେଳେ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମନୋଜ କୁମାର ଆଚାର୍ଯ୍ୟ।

ଆସ୍କା ଲୋକସଭା ପାଇଁ ବିଜେଡିର ପ୍ରମିଳା ବିଷୋୟୀ, ବିଜେପିର ଅନୀତା ଶୁଭଦର୍ଶିନୀଙ୍କ ମଧ୍ୟରେ ଲଢ଼େଇ ହେବାକୁ ଥିବା ବେଳେ କଂଗ୍ରେସ ଏହି ଆସନ ସିପିଆଇକୁ ଛାଡ଼ିଥିବା ପୂର୍ବରୁ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ