/odishatv-khabar/media/post_attachments/uploadimage/library/16_9/16_9_0/konark-5_1626416815.jpg)
konark
କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ବାହ୍ୟ ସ୍ଥିତି ଠାରୁ ଆଭ୍ୟନ୍ତରୀଣ ସ୍ଥିତି ବିପଦରେ। ୧୯୦୩ ମସିହାରେ ବ୍ରିଟିଶ୍ ସରକାର ମୁଖଶାଳାର ସ୍ଥିତି ଗମ୍ଭୀର ଥିବା ଦେଖି ବାଲି ଓ ପଥର ଭର୍ତ୍ତି କରି ସିଲ୍ କରିଥିଲେ। ଏହା ମଧ୍ୟରେ ୧୧୫ ବର୍ଷ ବିତିଯାଇଛି। ଗର୍ଭଗୃହର ଅାଭ୍ୟନ୍ତରୀଣ ସ୍ଥିତିରେ କଣ ପରିବର୍ତ୍ତନ ଅାସିଛି ଜାଣିବା ପାଇଁ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସି.ବି.ଅାର.ଅାଇ. ୨୦୧୫ ମସିହାରେ ପ୍ରଥମ ପର୍ଯ୍ୟାୟରେ ଜିପିଅାରଏସ, ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି କରି ଏଏସଅାଇକୁ ରିପୋର୍ଟ ପ୍ରଦାନ କରିଥିଲା।
ଏଥିରେ ମୁଖଶାଳା ଗର୍ଭଗୃହ ମଧ୍ୟରେ ଥିବା ବାଲି ଦବିବା ସହ ପଥର ଖସିଥିବା ଜଣାପଡ଼ିଥିବା ସୂଚନା ମିଳିଛି। ୨୦୧୭ରେ ସି.ବି.ଅାର.ଅାଇ. ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କରି ରିପୋର୍ଟ ଦେଇସାରିଛି। ହେଲେ ରିପୋର୍ଟକୁ ପାଖାପାଖି ଦୁଇବର୍ଷ ବିତିବାକୁ ବସିଥିଲେ ବି ରିପୋର୍ଟ ସାର୍ବଜନୀନ ହୋଇନାହିଁ କି ରିପୋର୍ଟ ଅାଧାରରେ କାମ ଅାରମ୍ଭ ହୋଇନାହିଁ। ତୁରନ୍ତ ମରାମତି ନକଲେ ସ୍ଥିତି ଗମ୍ଭୀର ହେବ ବୋଲି କହିଛନ୍ତି ବିଶେଷଜ୍ଞ।
ସି.ବି.ଅାର.ଅାଇ. ରିପୋର୍ଟ ସାର୍ବଜନୀନ କରିବାରୁ ମନାକରିଛି ଏଏସଅାଇ। ଏହି ରିପୋର୍ଟକୁ କୋଣାର୍କ ଷ୍ଟିୟରିଂ କମିଟିରେ ଉପସ୍ଥାପନ ପରେ କମିଟିର ପରାମର୍ଶ କ୍ରମେ ଗର୍ଭଗୃହ ମରାମତି କାମ ଅାରମ୍ଭ ହେବ ବୋଲି ଏଏସଅାଇ ପକ୍ଷରୁ କୁହାଯାଇଛି।
ତ୍ରୟୋଦଶ ଶତାବ୍ଦୀର ଏହି ମନ୍ଦିରକୁ ଶୀଘ୍ର ମରାମତି ନକଲେ ଅଘଟଣ ଅାଶଙ୍କା ଏଡ଼ାଯାଇନପାରେ ବୋଲି କହିଛନ୍ତି ବିଶେଷଜ୍ଞ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)