Advertisment

Govinda Dwadashi: ଆଜି ମହୋଦଧି ଆଳତି, ହଜାର ହଜାର ଭକ୍ତଙ୍କ ସମାଗମ

ଶ୍ରୀକ୍ଷେତ୍ର ପୁରୀରେ ଆଜି ମହୋଦଧି ଆଳତି। ଗୋବିନ୍ଦ ଦ୍ୱାଦଶୀ ଅବସରରେ ହେବ ପାଳନ। ଏମାର ମଠରୁ ବାହାରିବ ବିଶାଳ ଶୋଭାଯାତ୍ରା। ମହୋଦଧିରେ କରିବେ ପବିତ୍ର ସ୍ନାନ।

Puri

Puri Photograph: (OTV)

Advertisment

ପ୍ରୟାଗରାଜର ମହାକୁମ୍ଭ ସାନ୍ନ ଭଳି ଆଜି ମହୋଦଧୀରେ ଗୋବିନ୍ଦ ଦ୍ୱାଦଶୀ ସ୍ନାନ । ଗତବର୍ଷ ଭଳି ଚଳିତ ବର୍ଷ ଗୋବିନ୍ଦ ଦ୍ବାଦଶୀ ଆୟୋଜନ ସମିତି ଦ୍ୱାରା ଏହାର ଆୟୋଜନ କରାଯାଉଛି। ଫାଲଗୁନ ମାସ ଶୁକ୍ଳପକ୍ଷ ଦ୍ଵାଦଶୀରେ ପଡିଥାଏ ଗୋବିନ୍ଦ ଦ୍ୱାଦଶୀ ସ୍ନାନ। 

Advertisment

ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖ ସ୍ଥିତ ଏମାର ମଠରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତୀର୍ଥରାଜ ମହୋଦଧିରେ ପବିତ୍ର ସ୍ନାନ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଶ୍ରୀକ୍ଷେତ୍ର ମଠାଧିଶ ସେବାସଂଘ, ଶ୍ରୀମନ୍ଦିର ଛତିଶା ନିଯୋଗ, ଆଠସାହି ଆଖଡ଼ା ମିଳିତ ସମନ୍ବୟ ସମିତି, ଶ୍ରୀଜଗନ୍ନାଥ ସେବା ସଂସ୍ଥାନ, ପରିବର୍ତ୍ତନ ଓଡ଼ିଶା, ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଓ ସ୍ଥାନୀୟ ପ୍ରଶାସନର ସହଯୋଗରେ ଆୟୋଜନ କରାଯାଉଛି। 

ଏହି ଅବସରରେ ମହୋଦଧୀରେ ସାନ୍ନ କଲେ ଅଶେଷ ପୂଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଜି ହଜାର ହଜାର ଶ୍ରଦ୍ଧାଳୁ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧୀରେ ସ୍ନାନ କରି ଠାକୁରଙ୍କ କୃପା ଲାଭ କରିବେ।

Advertisment

Govinda Dwadashi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ