Advertisment

ଚନ୍ଦନ ଯାତ୍ରାକୁ ପ୍ରଶାସନର ଗ୍ରୀନ ସିଗନାଲ୍‌

ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା। ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ

author-image
Sarbeswar
ଅଦ୍ୟତନ ହୋଇଛି
ଚନ୍ଦନ ଯାତ୍ରାକୁ ପ୍ରଶାସନର ଗ୍ରୀନ ସିଗନାଲ୍‌

chandan-yatra

ପୁରୀ: ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା। ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ। ସୀମିତ ସଂଖ୍ୟକ ଅର୍ଥାତ୍ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯିବ। ସେବାୟତଙ୍କ RTPCR ଟେଷ୍ଟ କରାଯିବ, ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥ ନିର୍ମାଣରେ ନିୟୋଜିତ ଲୋକଙ୍କୁ ଆଇସୋଲେସନରେ ରଖାଯିବ। ଉଭୟ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଦର୍ଶନ ପାଇଁ ଗଣମାଧ୍ୟମକୁ ଚନ୍ଦନ ଯାତ୍ରାର ଲାଇଭ ଫିଡ୍ ଦିଆଯିବାକୁ ବ୍ୟବସ୍ଥା ହୋଇଛି। ଛତିଶା ନିଯୋଗ ମିଟିଂ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ଆଜି ଛତିଶାନିଯୋଗ ବୈଠକ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।

Advertisment

ତେବେ ଗତବର୍ଷ କରୋନା ପାଇଁ ଏହି ସ୍ୱତନ୍ତ୍ର ଯାତ୍ରା ହୋଇପାରିନଥିଲା। ଶ୍ରୀମନ୍ଦିର ପରିସରରେ ବି ହୋଇଥିଲା ଅକ୍ଷୟ ତୃତୀୟା। ସେହିପରି ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ପରିସରରେ ହୋଇଥିଲା। କେବଳ ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ଆସନ୍ତା ମନ୍ଦିର ବାହାରେ ନହେଲେ ଭିତରେ ହେଉ। ବିଧି ରକ୍ଷା ହେଉ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ମେଘନାଦ ପାଚେରୀ ଭିତରେ ଚନ୍ଦନ ଯାତ୍ରା ବିଧି ଓ ନୀତିକାନ୍ତି ପାଳନ କରାଯିବ ବୋଲି ସେ ପରାମର୍ଶ ଦେଇଥିବା ଗତବର୍ଷ ମହାରାଜା ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ପୌରାଣିକ କଥା ଅନୁସାରେ, ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣେ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି। ତେବେ କରୋନା ପାଇଁ ଗତବର୍ଷ ଏହି ଦୁର୍ଲଭ ଯାତ୍ରା ହୋଇପାରିନଥିଲା କିନ୍ତୁ କରୋନା ନିୟମ ଅନୁସାରେ ଯାତ୍ରା ହେବାକୁ ଯାଉଛି।

Advertisment

Advertisment
Advertisment