Advertisment

Transgender Aspirants Get Big Opportunity: ବଡ଼ ପଦବୀରେ ବସିବେ ତୃତୀୟ ଲିଙ୍ଗୀ; ମିଳିଲା ସୁଯୋଗ… ହେବେ ଓଏଏସ୍ ଅଫିସର

କିନ୍ନର ହେବେ କଲେକ୍ଟର୍। ବିଡିଓଙ୍କଠୁ ନେଇ ତହସିଲଦାର ଭଳି ଆସନରେ ବସିବେ କିନ୍ନର। ପ୍ରଶାସନର ବଡ଼ ପଦବୀରେ ବସିବାକୁ କିନ୍ନରଙ୍କୁ ମିଳିଲା ବଡ଼ ସୁଯୋଗ।

ଅଦ୍ୟତନ ହୋଇଛି
Transgender Aspirants Get Big Opportunity

Transgender Aspirants Get Big Opportunity Photograph: (OTV)

Advertisment

କିନ୍ନର ହେବେ କଲେକ୍ଟର୍। ବିଡିଓଙ୍କଠୁ ନେଇ ତହସିଲଦାର ଭଳି ଆସନରେ ବସିବେ କିନ୍ନର। ପ୍ରଶାସନର ବଡ଼ ପଦବୀରେ ବସିବାକୁ କିନ୍ନରଙ୍କୁ ମିଳିଲା ବଡ଼ ସୁଯୋଗ। ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। 

Advertisment

ଏହି ବର୍ଗର ପ୍ରାର୍ଥୀଙ୍କୁ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିବା ଅନିର୍ବାର୍ଯ୍ୟ। ଏହି ନିଷ୍ପତ୍ତି ପଛରେ ଓଡ଼ିଶା ମାନବାଧିକାର କମିଶନ OHRCଙ୍କ ନିର୍ଦ୍ଦେଶ ରହିଛି। 

ସୋନି ସିଲ୍ ନାମକ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ OPSC ପରୀକ୍ଷା ଫର୍ମରେ ଉପଯୁକ୍ତ ବିକଳ୍ପ ନଥିବାରୁ ପାତରଅନ୍ତର ଅଭିଯୋଗ କରି ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ଆଧାର କରି OHRC ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

Advertisment

ରାଜ୍ୟର ସମସ୍ତ ସରକାରୀ ବିଭାଗ ଓ ନିଗମଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ମଧ୍ୟ କୁହାଯାଇଛି। ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶାବଳୀର ଅନୁପାଳନ ରିପୋର୍ଟ ୬୦ ଦିନ ମଧ୍ୟରେ ଦାଖଲ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି। ଓସିଏସ୍ ଆବେଦନ ଫର୍ମରେ ‘ତୃତୀୟ ଲିଙ୍ଗ’ ବିକଳ୍ପ ଯୋଡ଼ିହେବା ପରେ କିନ୍ନରମାନେ ଖୁସି ପ୍ରକାଶ କରିଛନ୍ତି।

Odisha Civil Services Exam Odisha Civil Services Transgender Empowerment Transgender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ