Advertisment

ପଞ୍ଚମ ପାଳିରେ ମନ୍ତ୍ରୀ ହେବାକୁ ଏମାନଙ୍କ ଲବି ଜୋରଦାର

ଭୁବନେଶ୍ୱର: ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ସେପଟେ ସମତୁଲ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ମହିଳା, ଯୁବ ଓ ସ୍ୱଚ୍ଛ ଚେହେରାକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ରହିବ ନବୀନଙ୍କ ଗୁଡ୍‌ବୁକ୍‌ରେ, କାହାକୁ କେଉଁ ବିଭାଗ ଦିଆଯିବ ସେନେଇ ବି ଚାଲିଛି ଚର୍ଚ୍ଚା । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବା ବେଳେ ୨୯ରେ ପ୍ରଦର୍ଶନୀ ପଡିଆରେ […]

ପଞ୍ଚମ ପାଳିରେ ମନ୍ତ୍ରୀ ହେବାକୁ ଏମାନଙ୍କ ଲବି ଜୋରଦାର

ni

Advertisment

ଭୁବନେଶ୍ୱର: ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ହୋଇଛି। ସେପଟେ ସମତୁଲ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ମହିଳା, ଯୁବ ଓ ସ୍ୱଚ୍ଛ ଚେହେରାକୁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ରହିବ ନବୀନଙ୍କ ଗୁଡ୍‌ବୁକ୍‌ରେ, କାହାକୁ କେଉଁ ବିଭାଗ ଦିଆଯିବ ସେନେଇ ବି ଚାଲିଛି ଚର୍ଚ୍ଚା । ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସୁଥିବା ବେଳେ ୨୯ରେ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ ଉତ୍ସବ ହେବା ସମ୍ଭାବନା ରହିଛି।

Advertisment

୧୨ ବିଧାୟିକାଙ୍କ ମଧ୍ୟରୁ ୩୩ ପ୍ରତିଶତ ହିସାବରେ ୪ ଜଣଙ୍କୁ ମନ୍ତ୍ରୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥର ପଦ୍ମିନୀ ଦିଆନ୍, ଉଷା ଦେବୀ, ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଲତିକା ପ୍ରଧାନ, କେ.କେ ସୂର୍ଯ୍ୟମଣି ବୈଦ୍ୟ, ମଞ୍ଜୁଳା ସ୍ୱାଇଁ,  ମିନାକ୍ଷୀ ଅମାନ୍ତ, ବାସନ୍ତ ହେମ୍ବ୍ରମ୍, ସୀମାରାଣୀ ନାୟକ, ପ୍ରମିଳା ମଲ୍ଲିକ ଓ ସୁନନ୍ଦା ଦାଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଲତିକା ପ୍ରଧାନ, ପ୍ରମିଳା ମଲ୍ଲିକ, ପଦ୍ମିନୀ ଦିଆନ, ସୀମାରାଣୀ ନାଏକ ମନ୍ତ୍ରୀ ରେସ୍‌ରେ ଆଗରେ ଅଛନ୍ତି । ଅନୁସୂଚିତ ଜାତି, ଜନଜାତି ଏବଂ ସାଧାରଣ ବର୍ଗରୁ ଜଣେ ଜଣେ ମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜି କିଛି ବିଧାୟିକା ବି ନବୀନଙ୍କୁ ସାକ୍ଷାତ କରିଛନ୍ତି।

ସେପଟେ ମନ୍ତ୍ରୀପଦ ପାଇଁ ବି ଆଶାୟୀଙ୍କ ସଂଖ୍ୟା ଢେର୍ ଲମ୍ବା। ତେବେ ଚର୍ଚ୍ଚା ହେଉଛି ମହିଳାଙ୍କ ପରେ ଯୁବ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ। ସେହିପରି ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଝଟ୍‌କା ଲାଗିବା ପରେ ସ୍ୱେଛାକୃତ ଭାବେ କିଛି ବିଧାୟକ ମନ୍ତ୍ରୀପଦ ଛାଡି ସଙ୍ଗଠନ କାମରେ ଲାଗିଥିଲେ। ତେଣୁ ସଙ୍ଗଠନ ଦାୟିତ୍ୱରେ ଥିବା ବିଧାୟକ, ମହିଳା, ପ୍ରଥମ ଥର ଜିତିଥିବା ନେତା ଓ ପୁରୁଣା ମୁହଁ ଏସବୁ ନେଇ ଏକ ସମତୁଲ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଅଙ୍କକଷା ଯାଉଥିବା ଚର୍ଚ୍ଚା ହେଉଛି । ସେଥିପାଇଁ ଶପଥ ଗ୍ରହଣ ସମାରୋହ ବି ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି।

Advertisment

ସୂଚନାଯୋଗ୍ୟ,  ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବ। ଆଉ ୨୯ ତାରିଖରେ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବାର ସମ୍ଭାବନା ରହିଛି।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ