Advertisment

ଏଣିକି ଘରେ ଘରେ ଆରମ୍ଭ ହେଲା ଥର୍ମାଲ୍ ସ୍କ୍ରିନିଂ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ଲାଗୁ ହୋଇଛି ଗଞ୍ଜାମ ମଡେଲ। ବସ୍ତି ଓ ବ୍ଲକରେ ଥର୍ମାଲ ସ୍କ୍ରିନିଂ ହେଲଥ ୱାର୍କର, କୋଭିଡ ସଚେତକ ଓ ୱାର୍ଡ ଅଫିସରଙ୍କ ଟିମ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି। ଗତକାଲିଠାରୁ ରାଜଧାନୀରେ କରୋନା ରୋକିବାକୁ ଏହି ମେଗା ହେଲଥ ସ୍କ୍ରିନିଂ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ସାରା ସହରରେ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ମେଗା ସ୍କ୍ରିନିଂ ପାଇଁ ବିଏମସିରେ ୧୦୦ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। […]

ଏଣିକି ଘରେ ଘରେ ଆରମ୍ଭ ହେଲା ଥର୍ମାଲ୍ ସ୍କ୍ରିନିଂ

screening

Advertisment

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ଲାଗୁ ହୋଇଛି ଗଞ୍ଜାମ ମଡେଲ। ବସ୍ତି ଓ ବ୍ଲକରେ ଥର୍ମାଲ ସ୍କ୍ରିନିଂ ହେଲଥ ୱାର୍କର, କୋଭିଡ ସଚେତକ ଓ ୱାର୍ଡ ଅଫିସରଙ୍କ ଟିମ ଘରକୁ ଘର ବୁଲି ସ୍କ୍ରିନିଂ କରୁଛନ୍ତି। ଗତକାଲିଠାରୁ ରାଜଧାନୀରେ କରୋନା ରୋକିବାକୁ ଏହି ମେଗା ହେଲଥ ସ୍କ୍ରିନିଂ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ସାରା ସହରରେ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Advertisment

ମେଗା ସ୍କ୍ରିନିଂ ପାଇଁ ବିଏମସିରେ ୧୦୦ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ୧୦୦ରୁ ଅଧିକ ଶିକ୍ଷକ ଓ ୫୦ରୁ ଅଧିକ ଏଏନଏମ୍ ନିୟୋଜିତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ନେଇ ବ୍ୟାପକ ପରୀକ୍ଷା କରାଯାଉଛି।

ଯେତେ ଅଧିକ ପରୀକ୍ଷା ହେବ ସେତେ ଶୀଘ୍ର ଚିକିତ୍ସା ହେବ। ତେଣୁ ଲକ୍ଷଣ ଥିବା ଲୋକ ଓ ଗର୍ଭବତୀଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯାଉଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। ତେବେ ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେଉଛି ପ୍ରଶାସନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ