Advertisment

ଡାଆଣୀ କହି ମହିଳାଙ୍କୁ ଆକ୍ରମଣ

ଉଦଳା: ମୟୂରଭଞ୍ଜରେ ଏକ ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି। ଡାଆଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ଘଟଣାଟି କପ୍ତିପଦା ଥାନା ତୋଟାସାହି ଗାଁର। ଖବର ଅନୁଯାୟୀ, ଜଣେ ମହିଳାଙ୍କୁ ଡାଆଣୀ ସନ୍ଦେହ କରି ତାଙ୍କ ଦିଅର ଓ ଦେଢଶୁର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ କରାଯାଇଛି। ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ […]

ଅଦ୍ୟତନ ହୋଇଛି
ଡାଆଣୀ କହି ମହିଳାଙ୍କୁ ଆକ୍ରମଣ

udalll

Advertisment

ଉଦଳା: ମୟୂରଭଞ୍ଜରେ ଏକ ଅନ୍ଧବିଶ୍ୱାସର ଚିତ୍ର ଦେଖିବାକୁ ମିଳୁଛି। ଡାଆଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ଘଟଣାଟି କପ୍ତିପଦା ଥାନା ତୋଟାସାହି ଗାଁର।

Advertisment

ଖବର ଅନୁଯାୟୀ, ଜଣେ ମହିଳାଙ୍କୁ ଡାଆଣୀ ସନ୍ଦେହ କରି ତାଙ୍କ ଦିଅର ଓ ଦେଢଶୁର ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ କରାଯାଇଛି। ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏତଲା ପରେ ଘଟଣାର ତଦନ୍ତ ଚଳାଇଛି ପୋଲିସ।

ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ କରିଥିବା ଦିଅର ଭରତ ମୁର୍ମୁ ଓ ଦେଢ଼ୁଶୁର ଶ୍ୟାମାପ୍ରସାଦ ମୁର୍ମୁ ଫେରାର ହୋଇଯାଇଛନ୍ତି।

Advertisment

ଭରତଙ୍କ ପୁଅଙ୍କୁ ଦୀର୍ଘ ଦିନ ହେବ ଜ୍ୱର ହେଉଥିଲା। ଔଷଧ ଖାଇବା ପରେ ମଧ୍ୟ ପୁଅର ଦେହ ଭଲ ହେଉନଥିଲା। ଜ୍ୱର ଭଲ ନହେବାରୁ ଭରତ ପୁଅକୁ ଗୁଣିଆ ପାଖକୁ ନେଇ ଯାଇଥିଲେ। ପୁଅର ଦେହ ଖରାପ ପଛରେ ଡାହାଣୀର ହାତ ଥିବା କଥା ଗୁଣିଆ କହିଥିଲା। ଏକଥା ଶୁଣି ଭରତ ଉକ୍ତ  ମହିଳାଙ୍କ ଉପରେ ସନ୍ଦେହ କରିଥିଲେ, ଯିଏ ସମ୍ପର୍କରେ ଭାଉଜ ହେବେ।

ଗତକାଲି ସନ୍ଧ୍ୟାରେ ମହିଳା ଜଣଙ୍କ ଘରେ ଏକୁଟିଆ ଥିବାବେଳେ ଭରତ, ଶ୍ୟାମାପ୍ରସାଦ ଓ ତାଙ୍କର ତିନି ଜଣ ସହଯୋଗୀ ମିଶି ତାଙ୍କୁ ମାଡ଼ ମାରିଥିଲେ। ପରେ ଜଣେ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଛି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ