Advertisment

ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ୭ମ ଶ୍ରେଣୀ ଛାତ୍ର

ପୁରୀ: ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ଛାତ୍ର । ପୁରୀ ଜିଲ୍ଲା ଗୋପ ସ୍ଥିତ ନିମାପଡ଼ା ଡିଏଭି ସ୍କୁଲରେ ପାଠ ପଢୁଥିବା ଏହି ୭ମ ଶ୍ରେଣୀର ଛାତ୍ର ଜଣଙ୍କ ହେଉଛନ୍ତି ଏମଡି ଶାହ ଅଖତର୍। ପ୍ରସ୍ତୁତ କରିଥିବା ଏହି ଟନେଲ୍‌କୁ ଅଖତର୍ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦାନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦ୍‌ଘାଟନ କରିଥିଲେ । ନିଜ ପରିବାରରୁ ପ୍ରେରଣା ପାଇ ଅନଲାଇନରୁ ଏକ ସେନସର୍ […]

ଅଦ୍ୟତନ ହୋଇଛି
ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ୭ମ ଶ୍ରେଣୀ ଛାତ୍ର

students

Advertisment

ପୁରୀ: ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ଛାତ୍ର । ପୁରୀ ଜିଲ୍ଲା ଗୋପ ସ୍ଥିତ ନିମାପଡ଼ା ଡିଏଭି ସ୍କୁଲରେ ପାଠ ପଢୁଥିବା ଏହି ୭ମ ଶ୍ରେଣୀର ଛାତ୍ର ଜଣଙ୍କ ହେଉଛନ୍ତି ଏମଡି ଶାହ ଅଖତର୍।

Advertisment

ପ୍ରସ୍ତୁତ କରିଥିବା ଏହି ଟନେଲ୍‌କୁ ଅଖତର୍ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦାନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦ୍‌ଘାଟନ କରିଥିଲେ । ନିଜ ପରିବାରରୁ ପ୍ରେରଣା ପାଇ ଅନଲାଇନରୁ ଏକ ସେନସର୍ ଯୁକ୍ତ ସ୍ପ୍ରେୟର ଏବଂ ମଟର୍ କିଣିଥିଲେ । ଏକ ଡ୍ରମରେ ସାନିଟାଇଜର୍ ଭର୍ତ୍ତି କରି ଏଥିରେ ମଟର୍ ଲଗାଇ ସ୍ପ୍ରେୟର ସଂଯୋଗ କରିବା ପରେ ସଫଳତା ପାଇବା ପରେ ଏହାକୁ ଏକ ଟନେଲ୍ ର ରୂପ ଦେଇଥିଲେ। ସମୁଦାୟ ୭ ହଜାର ଟଙ୍କାରେ ଏଭଳି ଟନେଲ୍ ସେ ନିର୍ମାଣ କରିପାରିଥିବା କହିଛନ୍ତି । ଅଖତରଙ୍କ ଏହି ସୃଜନଶୀଳତା ପାଇଁ ପରିବାର ଓ ବନ୍ଧୁବାନ୍ଧବ ବେଶ୍  ଖୁସି ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ