Advertisment

ପରୀ ହତ୍ୟା ଘଟଣାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ପରୀ ହତ୍ୟା ମାମଲା; ୩ ଜଣଙ୍କୁ ଉଠାଇ ନେଲା SIT। ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା। ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ

ପରୀ ହତ୍ୟା ଘଟଣାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

pari-3

Advertisment

ନୟାଗଡ :  ପରୀ ହତ୍ୟା ମାମଲା; ୩ ଜଣଙ୍କୁ ଉଠାଇ ନେଲା SIT। ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା। ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ। ମାମଲାକୁ ପୂରା ନିଜ ନାଁରେ ନେବା ପାଇଁ କହିବା ସହ ଟଙ୍କା ଯାଚିଥିବା ସରୋଜ ଗଣମାଧ୍ୟମକୁ କହିଥିଲେ।

Advertisment

ଏହାସହ ମୋ ପରିବାରର କିଛି ହେଲେ ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ବି କହିଥିଲେ ସରୋଜ । କିନ୍ତୁ କାହିଁକି ସରୋଜଙ୍କୁ ହଠାତ୍ ଉଠାଇ ନେଲା ଏସଆଇଟି ତାହା ଜଣାପଡିନାହିଁ। କେବଳ ସରୋଜ ନୁହେଁ ତାଙ୍କ ମାଆ ଓ ଭଉଣୀଙ୍କୁ ବି ଉଠାଇ ନେଇଛି ଏସଆଇଟି।ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ SIT ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ସରୋଜଙ୍କର ପରୀର ହତ୍ୟାରେ କୌଣସି ସଂପୃକ୍ତି ନ ଥିବା ସେ ପୂର୍ବରୁ କହିଥିଲେ। ତେବେ ସରୋଜଙ୍କ ପ୍ରତିକ୍ରିୟାର ମାତ୍ର୨ ଦିନ ପରେ SIT ସରୋଜ ସେଠୀଙ୍କୁ ଉଠାଇ ନେଇଛି ।

Pari Hatya Mamala Justice For Pari Pari Murder Case Odisha SIT Action In Pari Murder Case Saroj Got Arrested In Pari Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ