Advertisment

ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ, ୨୯ ହଜାର ଚାଷୀ ମୁଣ୍ଡରେ ଦେଲେଣି ହାତ..

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ…

ଅଦ୍ୟତନ ହୋଇଛି
ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ, ୨୯ ହଜାର ଚାଷୀ ମୁଣ୍ଡରେ ଦେଲେଣି ହାତ..

Mandi

Advertisment

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠା ସରିନି, ଡେଡ୍‌ଲାଇନ ଶେଷ । ରାଜ୍ୟରେ ଆଜି ରବି ଧାନ ସଂଗ୍ରହର ଶେଷ ଦିନ ବୋଲି ସରକାର ଘୋଷଣା କରିଥିବା ବେଳେ ଏପଟେ ମିଲରଙ୍କ ଆସିବା ବାଟକୁ ଅପେକ୍ଷା କରିଛନ୍ତି ରାଜ୍ୟର ହଜାର ହଜାର ଚାଷୀ । ଜୁଲାଇ ୧୫ ଯାଏଁ ଡେଡ୍‌ଲାଇନ୍ ବୃଦ୍ଧି, ଅଚଳ ଟୋକନକୁ ପୁଣି କାର୍ଯ୍ୟକ୍ଷମ କରିବା ଏବଂ ପଞ୍ଜୀକୃତ ଚାଷୀଙ୍କଠୁ ଧାନ କିଣିବା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଅବ୍ୟାହତ ରହିଛି ।

Advertisment

ଆଜି ସରୁଥିବା ରବି ଧାନ ସଂଗ୍ରହର ଡେଡ୍‌ଲାଇନ୍‌କୁ ବଢାନ୍ତୁ ସରକାର । ଟୋକନ ପାଇ ବି ଧାନ ବିକି ପାରିନଥିବା ଚାଷୀଙ୍କ ଧାନ କିଣୁ ପ୍ରଶାସନ । ଏହି ଦୁଇଟି ପ୍ରମୁଖ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ କଂଗ୍ରେସର ୧୧ ଘଣ୍ଟିଆ ଆନ୍ଦୋଳନ ସକାଳୁ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରର ସବୁ ରାସ୍ତାରେ ଚକାଜାମ୍, ହରତାଳ ପରେ ଜନଜୀବନ ପୁରା ଠପ୍ । ଏପଟେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଥମୁନି ମଣ୍ଡି ତାତି । ଜିଲ୍ଲାପାଳଙ୍କ ଅଫିସ ମୁଖ୍ୟ ଫାଟକ ଆଗରେ ଧାନବସ୍ତା ରଖି ଆଜିକୁ ୩ ଦିନ ହେବ ଆନ୍ଦୋଳନରେ ବସିଛନ୍ତିି ଚାଷୀ । ଚାଷୀଙ୍କ ଏକା ଦାବି ଅକାମୀ ଟୋକନକୁ ସରକାର ପୁଣି କାର୍ଯ୍ୟକ୍ଷମ କରନ୍ତୁ ଏବଂ ମଣ୍ଡିରୁ ଧାନ ଉଠାନ୍ତୁ ।

କେବଳ ବିନିକା କି ବରଗ଼ଡ଼ ନୁହେଁ, ଆହୁରି ଅନେକ ସ୍ଥାନରେ ଏବେ ବି ମଣ୍ଡିରେ ଧାନ ରଖି ମିଲରଙ୍କୁ ଅନାଇ ବସିଛନ୍ତି ଚାଷୀ । ଏପଟେ ସରକାର କିନ୍ତୁ ଜୁନ୍ ୩୦କୁ ରବି ଧାନ ସଂଗ୍ରହର ଶେଷ ଦିନ ଘୋଷଣା କରିଥିବାରୁ, ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷୀଙ୍କ ହଟହଟା ପାଇଁ ସକରାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରିଛି ବିରୋଧୀ କଂଗ୍ରେସ । କହିଛି ରବିର ସବୁ ବଳକା ଧାନ କିଣିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ହେଲେ କିଣା ଶେଷ ହେବା ପୂର୍ବରୁ କଣ୍ଟ ଶେଷ ।

Advertisment

ତେଣୁ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରି ବିକି ପାରିନଥିବା ପ୍ରାୟ ୨୯ ହଜାର ଚାଷୀ କରିବେ କଣ ? ଏ ମାମଲାରେ ସରକାର ନିରବଦ୍ରଷ୍ଟ୍ରା ସାଜିଥିବାରୁ ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍ ସମସ୍ୟା ନେଇ ଆସନ୍ତାକାଲି ଓ ଏହା ପରଦିନ ରାଜ୍ୟର ସବୁ ଧାନମଣ୍ଡି ଓ ଯୋଗାଣ ଅଧିକାରୀଙ୍କ ଅଫିସରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ବିଜେପି । କିଷାନ୍ କଂଗ୍ରେସ ବି କାଲି ସବୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ।

Odisha BJD Congress Dhana Mandi JP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ