covid
କଟକ: କୋଭିଡ୍ ହସ୍ପିଟାଲ୍ରେ ନର୍ସଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଦରମା ଠିକ୍ରେ ମିଳୁନଥିବା ଅଭିଯୋଗରେ ଧାରଣାକୁ ଓହ୍ଲାଇଛନ୍ତି ଅଶ୍ୱିନୀ କୋଭିଡ୍ ହସ୍ପିଟାଲର ନର୍ସ ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ୪୦ରୁ ଊର୍ଦ୍ଧ୍ୱ ନର୍ସ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି । ପ୍ରତିଶ୍ରୁତି ମୁତାବକ ଦରମା ମିଳୁନଥିବା ଅଭିଯୋଗ କରିଛନ୍ତି ନର୍ସ ଓ ମେଡିକାଲ୍ ଷ୍ଟାପ୍ । ଏହାସହ ରୋଟେସନ୍ ଡ୍ୟୁଟି କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ପ୍ରତିଦିନ କାଯ୍ୟ କରିବାକୁ କୁହାଯାଉଥିବା ଅଭିଯୋଗ କରିଛନ୍ତି ।
ଖାଲି ଏତିକି ନୁହେଁ କ୍ୱାରେଣ୍ଟିନ ସୁବିଧା ମଧ୍ୟ କରାଯାଇ ନାହିଁ । ତେଣୁ ବହୁ ନର୍ସ ଏବେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ସେପଟେ ନର୍ସଙ୍କ ଅଭିଯୋଗକୁ ନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covid-1_1626698018.jpg)